ବଜ୍ରପାତରେ ଚାଲି ଯାଇଛି ୧୫ ବର୍ଷୀୟ ବାଳକର ଜୀବନ

ରାଜନଗର ବ୍ଲକ ଘଡ଼ିଆମାଳ ଗାଁରେ ବଜ୍ରପାତରେ ଚାଲି ଯାଇଛି ୧୫ ବର୍ଷୀୟ ବାଳକର ଜୀବନ । ମୃତକ ଜଣକ ହେଲେଘଡ଼ିଆମାଳ ଗାଁର ଦୈତାରୀ ସେଠିଙ୍କ ଏକମାତ୍ର ପୁଅ ମନୋରଞ୍ଜନ ସେଠି।ମନୋରଞ୍ଜନ ଦୋଳି ଖେଳି ଖାଇବାକୁ ଘରକୁ ଆସିଥିଲେ। ବୋଉକୁ ଭାତ ବଢିବାକୁ କହି ପରିସ୍ରା ଘରୁ ବାହାରକୁ ଯାଇଥିଲେ । ହଠାତ ଝିପିଝିପି ବର୍ଷା ସହିତ ବଜ୍ରପାତ ହୋଇଥିଲା। ତାଙ୍କ ଉପରେ ବଜ୍ରପାତ ପଡିବା କାରଣରୁ ସେ ଟଳି ପଡ଼ିଥିଲେ। ପରିବାର ଲୋକେ ଦେଖିବା ପରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।