ଶୀତତାପ ନିୟନ୍ତ୍ରିତ ହେଲା ଶ୍ରୀମନ୍ଦିର ନାଟମଣ୍ଡପ! ଏବେ ଗୁଳୁଗୁଳି ବିନା ଦର୍ଶନ
ଶୀତତାପ ନିୟନ୍ତ୍ରିତ ହେଲା ଶ୍ରୀମନ୍ଦିର ନାଟମଣ୍ଡପ! ଏବେ ଗୁଳୁଗୁଳି ବିନା ଦର୍ଶନ
ପ୍ରବଳ ଭିଡ଼ ଓ ଗ୍ରୀଷ୍ମରୁ ଭକ୍ତଙ୍କୁ ମିଳିବ ବଡ଼ ଆଶ୍ୱସ୍ତି। ଗତକାଲି ଠାରୁ ଶ୍ରୀମନ୍ଦିର ନାଟମଣ୍ଡପରେ VRF ସିଷ୍ଟମ ର ଟ୍ରାଏଲ୍ ରନ୍ ଆରମ୍ଭ ହୋଇଛି।
କ’ଣ ନୂଆ ହୋଇଛି?
- ଭିଆରଏଫ୍ ସିଷ୍ଟମ: Variable Refrigerant Flow ଟେକନୋଲୋଜି। କମ୍ ବିଦ୍ୟୁତ ଖର୍ଚ୍ଚ କରି ଅଧିକ ଥଣ୍ଡା ଦେବ।
- ଖର୍ଚ୍ଚ: ମୋଟ ୭୩ ଲକ୍ଷ ୪୪ ହଜାର ଟଙ୍କା ବ୍ୟୟରେ ସ୍ଥାପନ
- ସୁବିଧା: ସାଧାରଣ AC ତୁଳନାରେ ୩୦% କମ୍ ବିଦ୍ୟୁତ ଖର୍ଚ୍ଚ। ଷ୍ଟେନଲେସ୍ ଷ୍ଟିଲ୍ ଷ୍ଟ୍ରକଚରରେ ଲଗାଯାଇଛି।
- ଭକ୍ତଙ୍କ ଅନୁଭୂତି: ନାଟମଣ୍ଡପରେ ଏବେ ଗୁଳୁଗୁଳି ନଥିବାରୁ ଠାକୁରଙ୍କ ଦର୍ଶନ ଆରାମରେ ହେଉଛି।
ପ୍ରଶାସନ କ’ଣ କହୁଛି?
ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି:
- ଟ୍ରାଏଲ୍ ରନ୍ ଚାଲିଛି। ସେବାୟତଙ୍କ ପରାମର୍ଶ କ୍ରମେ ଆବଶ୍ୟକ ସଂଶୋଧନ ହେବ।
- ଶୃଙ୍ଖଳିତ ଦର୍ଶନ ପାଇଁ IIT ଭୁବନେଶ୍ୱରକୁ ଡ୍ରଇଂ ଓ ଡିଜାଇନ୍ ଦେବାକୁ ଦାୟିତ୍ୱ ଦିଆଯାଇଛି। ଖୁବ୍ ଶୀଘ୍ର ଡିଜାଇନ୍ ଆସିବ।
କାହିଁକି ଜରୁରୀ ଥିଲା?
ଶନି-ରବି ଓ ସରକାରୀ ଛୁଟିରେ ଲକ୍ଷାଧିକ ଭକ୍ତ ଆସୁଛନ୍ତି। ଗୁଳୁଗୁଳିରେ ଅନେକ ଶ୍ରଦ୍ଧାଳୁ ଅଣନିଃଶ୍ୱାସୀ ହେଉଥିଲେ। ଦଳାଚକଟାର ଆଶଙ୍କା ମଧ୍ୟ ଥିଲା। ଜଗମୋହନ ପରେ ଏବେ ନାଟମଣ୍ଡପ ମଧ୍ୟ ବାତାନୁକୂଳିତ ହେଲା।
ସେବାୟତ ମାନେ ମଧ୍ୟ ଏହି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି। ଏବେ ସମସ୍ତଙ୍କ ଦାବି – ଖୁବ୍ ଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେଉ।
