
ଚୌଦ୍ବାର ଜେଲ୍ରୁ ୨ କଏଦୀ ଚମ୍ପଟ ମାରିଛନ୍ତି। ଚମ୍ପଟ ମାରିଥିବା ସେଲ ସର୍ଚ୍ଚ କରିବା ପରେ ଶୌଚାଳୟ ଭିତରୁ ମୋବାଇଲ, ଚାର୍ଜର ସହ ପାଓ୍ବାର ବ୍ୟାଙ୍କ ବି ମିଳିଥିବା ସୂଚନା ମିଳିଛି। ସେଲ୍କୁ ଫୋକସ କରାଯାଇଥିବା ସିସି କ୍ୟାମେରାର ଦିଗ ବଦଳାଯାଇଛି।ଦଶହରାରେ ୨ ବିହାରୀ କଏଦୀଙ୍କୁ ସେଲ୍ ବାହାରକୁ ବୁଲିବାକୁ ଛଡ଼ାଯାଇଥିଲା। ଘଟଣା ପୂର୍ବରୁ କଏଦୀଙ୍କ ପାଖରେ ଆରି ଥିବା ଜଣାଇଥିଲେ ଅନ୍ୟ ଜଣେ କଏଦୀ। ଏହା ସତ୍ତ୍ବେ ଜେଲ୍ ମାନୁଆଲ ଅନୁସାରେ କଏଦୀଙ୍କ ଠିକଣା ବଦଳା ଯାଇ ନ ଥିଲା। ମାନୁଆଲ ଅନୁସାରେ ଜେଲ ଅଧୀକ୍ଷକ, ଜେଲର୍ ପ୍ରତ୍ୟେକ ଦିନ ସେଲ୍ ସର୍ଚ୍ଚ କରିବା କଥା। କିନ୍ତୁ ୩ ମାସ ହେବ ଉଭୟ କଏଦୀ ରହୁଥିବା ସେଲ ସର୍ଚ୍ଚ ହୋଇ ନ ଥିବା ଜଣାପଡ଼ିଛି।