
*-ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର*
*-ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ପାଇବେ ସମ୍ମାନଜନକ ଶାରଳା ପୁରସ୍କାର*
*-ଅକ୍ଟୋବର ୨୬ ତାରିଖରେ ସାରସ୍ବତ ସମାବେଶରେ ସମ୍ମାନିତ ହେବେ*
*-ସମ୍ମାନପତ୍ର, ଫଳକ ସହ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ*
*-ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଇମ୍ପାକ୍ଟ ପକ୍ଷରୁ ଶାରଳା ପୁରସ୍କାର ଦିଆଯାଉଛି*
*-୨ ବିଶିଷ୍ଟ ବ୍ୟକ୍ତି ପାଇବେ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’*
*-ଚିତ୍ରଶିଳ୍ପୀ ବଳଦେବ ମହାରଥା, ସଙ୍ଗୀତଗୁରୁ ରାମହରି ଦାସ ପାଇବେ*
*-ପୁରସ୍କାର ବାବଦକୁ ଉଭୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ମିଳିବ*




