• About
  • Advertise
  • Privacy & Policy
  • Contact
Thursday, January 29, 2026
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

ଛଣଗିରି ସୁନା ଦୋକାନ ଲୁଟ ଘଟଣା: ପୁଣି ୨ ଅଭିଯୁକ୍ତ ଗିରଫ, ୧କେଜି ୧୩ ଗ୍ରାମ ସୁନା, ୨୨୩୧ ଗ୍ରାମ ରୂପା ଜବତ

OD Times by OD Times
September 12, 2025
in Uncategorized
0
0
SHARES
0
VIEWS
Share on FacebookShare on Twitter

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଛଣଗିରିସ୍ଥିତ ସାଇ ସୋନୁ ସୁନା ଦୋକାନରୁ ଲୁଟ ଘଟଣାରେ ଶୁକ୍ରବାର ପୁଲିସକୁ ପୁଣି ସଫଳତା ମିଳଛି। ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧କେଜି ୧୩ଗ୍ରାମ ସୁନା, ୨୨୩୧ ଗ୍ରାମ ରୂପା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଣାସର ମିଳୁ ଓରଫ ଅଜିତ ପାଇକରାୟ ଏବଂ କଟକ ପୁରୀଘାଟର ଡମ୍ପର ଓରଫ ପ୍ରଭାକର ଜେନା। ଦୁଇ ଅଭିଯୁକ୍ତଙ୍କୁ ମିଶାଇ ମୋଟ ଗିରଫ ସଂଖ୍ୟା ୬ରେ ପହଞ୍ଚି ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୯୧୩ ଗ୍ରାମ ସୁନା, ୪୫୯୪ ଗ୍ରାମ ରୂପା ଜବତ କରାଯାଇଥିବା ଏସ୍‌ପି ବିବେକାନନ୍ଦ ଶର୍ମା ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।ଗତ ଜାନୁଆରୀ ୨୪ ତାରିଖ ଅପରାହ୍ନ ପ୍ରାୟ ସାଢେ ୨ଟା ସମୟରେ ୮ଜଣ ଦୁର୍ବୃତ୍ତ ସୁନା ଦୋକାନରେ ପହଞ୍ଚି ଭୁଜାଲି, ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭିତ କରି ଦୋକାନରୁ ୧୧କେଜି ୫ଶହ ଗ୍ରାମ ସୁନାଗହଣା ଏବଂ ୫କେଜି ରୂପା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ।ଯିବାବେଳେ ଅଭିଯୁକ୍ତମାନେ ବୋମା ଏବଂ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଥିଲେ। ଦୋକାନ ମାଲିକଙ୍କ ଅଭିଯୋଗକୁ ଭିତ୍ତି କରି ଜଙ୍କିଆ ଥାନାରେ ଏକ ମାମଲା(ନଂ (୨୯୭/୨୫) ରୁଜୁ ହୋଇଥିଲା। ଏସ୍‌ପିଙ୍କ ତତ୍ତ୍ୱାବଧାନରେ ୩ଟିମ୍‌ ଖୋର୍ଦ୍ଧା ସମେତ ନୟାଗଡ, ପୁରୀ, ଗଞ୍ଜାମ, କଟକରେ ଚଢ଼ାଉ କରି ପ୍ରଥମ ପର୍ଯ୍ୟାୟରେ ୪ଜଣଙ୍କୁ ଗିରଫ କରିଥିଲା। ଶୁକ୍ରବାର ଆଉ ୨ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷେ ପୋଲିସ ଘଟଣା ତଦନ୍ତ ଜାରି ରହିଛି। ଫେରାର ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଶ୍ରୀନିବାସ ମହାନ୍ତି, ଏସ୍‌ଡିପିଓ ଅନିଲ ମହାନ୍ତି, ଜଙ୍କିଆ ଥାନା ଅଧିକାରୀ ଶୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର ଭାରପ୍ରାପ୍ତ କୁଳପତି ଭାବରେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ

Next Post

ଦନ୍ତାର ଶବ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

OD Times

OD Times

Next Post

ଦନ୍ତାର ଶବ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest

ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା

January 4, 2026

ଭୁବନେଶ୍ୱରର ଧୌଳି ଗାର୍ଡେନ୍‌ରେ ବିଶ୍ୱ ସମ୍ମିଳନୀ

December 21, 2025
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ଭେନେଜୁଏଲା_ ସୀମାରେବିମାନ କ୍ରାସ୍; ୧୫_ମୃତ

January 29, 2026

କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସନାତନ ବେହେରାଙ୍କୁ ଭିଜିଲାନ୍ସ କଲା ଗିରଫ

January 29, 2026

ବିଶିଷ୍ଟ ପାଲାଗାୟକ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ପରଲୋକ

January 28, 2026

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ

January 28, 2026

Recent News

ଭେନେଜୁଏଲା_ ସୀମାରେବିମାନ କ୍ରାସ୍; ୧୫_ମୃତ

January 29, 2026

କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସନାତନ ବେହେରାଙ୍କୁ ଭିଜିଲାନ୍ସ କଲା ଗିରଫ

January 29, 2026

ବିଶିଷ୍ଟ ପାଲାଗାୟକ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ପରଲୋକ

January 28, 2026

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ

January 28, 2026
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

ଭେନେଜୁଏଲା_ ସୀମାରେବିମାନ କ୍ରାସ୍; ୧୫_ମୃତ

January 29, 2026

କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସନାତନ ବେହେରାଙ୍କୁ ଭିଜିଲାନ୍ସ କଲା ଗିରଫ

January 29, 2026
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.