
ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର ଭାରପ୍ରାପ୍ତ କୁଳପତି ଭାବରେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଡ଼ ଶତ୍ରୁଘ୍ନ ପାଣିଗ୍ରାହୀ।କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପତି ୬ ମାସ ନିମନ୍ତେ ଶତ୍ରୁଘ୍ନଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।ଏବେ ସେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ ପୁରୀରେ ବେଦ ଓ ଉପନିଷଦ ବିଭାଗର ବିଭାଗୀୟ ମୁଖ୍ୟ ଭାବରେ କାର୍ଯ୍ୟରତ ଅଛନ୍ତି।ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ଗ୍ରାମ ତୋଟାସାହିର ମୂଳବାସିନ୍ଦା ପ୍ରଫେସର ଡ଼ ଶତ୍ରୁଘ୍ନ ପାଣିଗ୍ରାହୀ ସଂସ୍କୃତ ଭାଷା,ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅଧ୍ୟୟନ କରିବା ସହ ବିଶେଷ କରି ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ “ବେଦ ଉପରେ ମହିଳାଙ୍କ ଅଧିକାର” ସମ୍ପର୍କରେ ଅଧ୍ୟାପନା ସହ ଗବେଷଣା ମଧ୍ୟ କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ କୁରାଳ ଅଞ୍ଚଳର ବହୁ ବୁଦ୍ଧିଜୀବୀଙ୍କ ମହଲରୁ ପ୍ରଫେସର ପାଣିଗ୍ରାହୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଅଛି।