
ପଣ୍ଡ ହେଲା ଆତଙ୍କୀଙ୍କ ବଡ଼ ଷଡ଼ଯନ୍ତ୍ର । ଟାର୍ଗେଟ୍ ଥିଲା ଜାନୁଆରୀ ୨୬ ତାରିଖ । ଗଣତନ୍ତ୍ର ଦିବସରେ ଭାରତରେ ଏକ ବଡ଼ ଆତଙ୍କୀ ଆକ୍ରମଣ ପାଇଁ ହୋଇଥିଲା ଯୋଜନା । ଦିଲ୍ଲୀ ସମେତ ଅନେକ ସମ୍ୱେଦନଶୀଳ ଅଞ୍ଚଳରେ ବଡ଼ ଆକ୍ରମଣ ପାଇଁ ପୂରା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସରିଥିଲା ।ସୂଚନା ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ସଂସ୍ଥା, ISI ଏବଂ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏକ ବଡ଼ ଆକ୍ରମଣ ପ୍ଲାନ୍ କରିଥିଲେ । ଆଉ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ଗୁଇନ୍ଦା ସଂସ୍ଥା । ଏହି ଷଡ଼ଯନ୍ତ୍ରର କୋଡ୍ ନାଁ ଥିଲା “୨୬-୨୬” । ଏହାର ଲକ୍ଷ୍ୟ ଥିଲା ଜାନୁଆରୀ ୨୬ ତାରିଖ ଗଣତନ୍ତ୍ର ଦିବସରେ ଭାରତର ବିଭିନ୍ନ ସ୍ଥାନରେ ବଡ଼ ଆତଙ୍କବାଦୀ ଆକ୍ରମଣ କରିବା । ଗୁଇନ୍ଦା ସୂଚନା ଅନୁଯାୟୀ, ଆତଙ୍କବାଦୀ ସଂଗଠନଗୁଡ଼ିକ ବିଶେଷକରି କାଶ୍ମୀରରେ ବଡ଼ ଆକ୍ରମଣ ଯୋଜନା କରୁଛନ୍ତି । ଏହା ବ୍ୟତୀତ, ଦିଲ୍ଲୀ ସମେତ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ମଧ୍ୟ ବିପଦରେ ଅଛି । ଏହି ସୂଚନା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି ଏବଂ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।




