ଏଆଇ ଯୁଗରେ ମନଗଢ଼ା ପରଂପରା ଚିତ୍ରଣ ଉପରେ ରୋକ୍ ଲଗାଇବା ଦରକାର। ରୋକ ନଲସଗିଲେ ଜଗନ୍ନଥ ଙ୍କ ନୀତି ଓ ପରମ୍ପରାକୁ ନେଇ ଭ୍ରମ ସୃଷ୍ଟି ହେବ । ଏବେର ମନ ଗଢ଼ା ଭିଡି଼ଓ କୁ ଦେଖିଲେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ବିଶାଳ ବିଗ୍ରହ । କ୍ରେନ୍ରେ ଢଳାଯାଉଛି କ୍ଷୀର । ଭିଡିଓରେ ବିଗ୍ରହର ପାଦ ବି ଦେଖିବାକୁ ମିଳୁଛି । କେଉଁ ନୀତି ବା ପର୍ବକୁ ସୂଚାଉଛି ଏହି ଭିଡିଓ? କ’ଣ ଏହାର ଯଥାର୍ଥତା? କ’ଣ ଏହି ଭିଡିଓର ଉଦ୍ଦେଶ୍ୟ? ଭକ୍ତିଭାବ ନା ଭିୟୁ ବଢ଼ାଇବା? ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ପରେ, ଉଦବେଗ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ଓ ସେବାୟତ । ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କ ଉପରେ କ୍ରେନ୍ରେ ଦୁଗ୍ଧ ଢାଳିବା ଭଳି କୌଣସି ବିଧି ନଥିବାରୁ, ଏହା ଶ୍ରୀମନ୍ଦିରର ପରମ୍ପରା ସଂପର୍କରେ ଭ୍ରମ ସୃଷ୍ଟି କରିପାରେ! ବୋଲି ଆଶଙ୍କା ପ୍ରକାଶ ପାଇଛି ।ପ୍ରଶ୍ନ ଉଠୁଛି, ଭ୍ରମାତ୍ମକ ଏଆଇ ଭିଡିଓ ନିର୍ମାତାଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ? ସୋସିଆଲ ମିଡିଆରୁ ଭିଡିଓ ହଟାଇବାକୁ ନିର୍ଦ୍ଦେଶ ଦେବେ କି ସରକାର?




