
ବାଲି ପାଇଁ ଆସିଲା ନୂଆ ନିୟମ।
ଏଥରମାନିବାକୁପଡ଼ିବଏସବୁନିୟମ
ରାସ୍ତାରେ ବାଲି ପଡ଼ି ଅନେକ ଜୀବନ ବିପଦପୂର୍ଣ୍ଣ ହେଉଛି। ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ଏବେ ଆଉ ଜଣେ ସାମ୍ବାଦିକ ରାସ୍ତାରେ ବାଲି ପଡ଼ିଥିବାରୁ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେଥିପାଇଁ ବିଳମ୍ବରେ ହେଉ ପଛେ ଚେତିଛନ୍ତି ସରକାର ଓ ବାଲି ନେବା ବେଳେ ଏହି ସବୁ ନିୟମ ମାନିବାକୁ ପଡ଼ିବ ବୋଲି ସ୍ପଷ୍ଟ କରିଛନ୍ତି। ନଚେତ୍ ଲାଇସେନ୍ସ ରଦ୍ଦ ହେବ ବୋଲି ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
✅ବାଲି ଘୋଡ଼ାଇବା ବାଧ୍ୟତାମୂଳକ: ବାଲି ବୋଝେଇ ଗାଡ଼ିରେ ବାଲିକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି।
✅ଘାଟରୁ ବାହାରିବା ପୂର୍ବରୁ କଭର: ବାଲି ଘାଟରୁ ଗାଡ଼ି ବାହାରିବା ପୂର୍ବରୁ ହିଁ ବାଲିକୁ କଭର କରିବା ବାଧ୍ୟତାମୂଳକ।
✅ଯଦି ଗାଡ଼ିରେ ବାଲି କଭର ହୋଇନଥିବ, ତେବେ ତାକୁ ଯିବା ପାଇଁ ଅନୁମତି ମିଳିବ ନାହିଁ।
✅ଟାର୍ପୋଲିନ୍ ବ୍ୟବହାର: ବାଲିକୁ ଘୋଡ଼ାଇବା ପାଇଁ ଟାର୍ପୋଲିନ୍ କିମ୍ବା ମୋଟା ପଲିଥିନ ବ୍ୟବହାର କରିବାକୁ ପଡ଼ିବ।
✅ଗାଡ଼ି ବାହାରିବା ପୂର୍ବରୁ ଘାଟରେ ଥିବା କର୍ମଚାରୀମାନେ ବାଲି ଗାଡ଼ି ଘୋଡ଼ା ହୋଇଛି କି ନାହିଁ ତାହା ସୁନିଶ୍ଚିତ କରିବେ।
✅ପ୍ରତି ଲୋଡିଂ ପଏଣ୍ଟରେ ସିସିଟିଭି ଜରିଆରେ କଡ଼ା ଚେକିଂ କରାଯିବ।
✅ନିୟମ ଉଲ୍ଲଂଘନ କଲେ ଓଏମଏମସି (OMMC) ନିୟମ ଅଧୀନରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
✅ଲାଇସେନ୍ସ ରଦ୍ଦ: ନିୟମ ନ ମାନିଲେ ବାଲି ଉଠାଣ




