
ଭୁବନେଶ୍ୱର,୪।୧(ଓଡ଼ି ଟାଇମ୍ସ):ଓଡିଶା ସରକାରଙ୍କ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗର ଓଡିଶା ଟେକ୍ସ ଟାଇଲସ୍ ଆଣ୍ଡ ସେରିକଲଚର
ସର୍ଭିସରେ ବିନା କ୍ୟାବିନେଟ ଅନୁମୋଦନରେ କ୍ୟାଡର ରୁଲରେ ପରିଵର୍ତନ କରି ଦେବଜିତ୍ ନନ୍ଦୀ ନାମକ ଆସିଷ୍ଟାଣ୍ଡ
ଡାଇରେକ୍ଟର କେମେଷ୍ଟ୍ରୀ(ଏଡିସି)ଙ୍କୁ ଆସିଷ୍ଟାଣ୍ଡ ଡାଇରେକ୍ଟର ଟେକ୍ସଟାଇଲ(ଏଡିଟି)
ପଦବୀରେ ବେଆଇନ ଭାବେ ଥଇଥାନ କରାଯାଇଥିବା ଘଟଣାର ସରକାର ତଦନ୍ତ ନିର୍ଦେଶ ମଙ୍ଗଳବାର ଦେଇଛନ୍ତି। ଏହି ଅନିୟମିତତା ର ତଦନ୍ତ ଆଇଏଏସ ପ୍ରତାପ ଚନ୍ଦ୍ର ହୋତା, ଓଏଏସ ଇନ୍ଦିରା ବେହେରା, ଆଡ଼ିସିନାଲ ଡ଼ାଇରେକ୍ଟର ଏସ.ଏନ. ପଟନାୟକ, ଡେପୁଟି ଡାରେକ୍ଟର ଆଶୁତୋଷ ମହାନ୍ତି, ଡେ଼କ୍ସ ଅଫିସର ବିଶ୍ୱରଞ୍ଜନ ଥାନା ପତିଙ୍କ ନେତୃତ୍ୱରେ ୫ ଜଣିଆ କମିଟି କରିବ। ୧୫ ଦିନ ଭିତରେ କମିଟି ତାର ତଦନ୍ତ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦିଆଯାଇଛଛି। ସରକାରୀ ତଦନ୍ତ ନିର୍ଦେଶ ପରେ ଆସିଷ୍ଟାଣ୍ଡ ଡାଇରେକ୍ଟର ଟେକ୍ସଟାଇଲ(ଏଡିଟି) ଦେବଜିତ୍ ନନ୍ଦୀଙ୍କର ଅଡୁଆ ବଢ଼ିଛି । ଏସମ୍ପକିତ ଖବର ଗତ ଅପ୍ରେଲ ୧୩ ତାରିଖରେ ପ୍ରକାଶ ପାଇବା ପରେ ସରକାରୀ ସ୍ତରରେ ଆଲୋଡନ ସୃଷ୍ଟି ହୋଇଥିଲା।ପରେ ସରକାର ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ପ୍ରକାଶଜେ ମୂଳ ପଦବୀ
ଏଡିସିରେ ପଦୋନ୍ନତି ବ୍ୟବସ୍ଥା ନଥିବାବେଳେ ଏଡିସି ପୋଷ୍ଟକୁ ଏଡିଟି ଦର୍ଶା ଯାଇଥିଲା।
ପୁଣି ଏଡିଟି ଗ୍ରେଡେସନ ଲିଷ୍ଟରେ ସାମିଲ କରି ଦେବଜିତ୍ ନନ୍ଦୀଙ୍କୁ ସାମୟିକ ନିଯୁକ୍ତି
କରାଯାଇଥିଲା । ପରବର୍ତି ସମୟରେ ଗଳାବାଟ ଦେଇ ଡେପୁଟି ଡାଇରେକ୍ଟର ଅଫ ଟେକ୍ସଟାଇଲସ୍
(ଡିଡିଟି) ଓ ଜଏଣ୍ଟ ଡାଇରେକ୍ଟର ଅଫ ଟେକ୍ସଟାଇଲସ୍ (ଜେଡିଟିି)କୁ ପଦୋନ୍ନତି ଦେଇ
କ୍ୟାଡର ରୁଲକୁ ଦଳି ଚକଟି ବିନା ଅନୁମୋଦନରେ କ୍ୟାବିନେଟରେ ପାସ୍ କରାଯାଇଥିବା
ଓଡିଶା ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗର କମିଶନର କମ ସେକ୍ରେଟାରୀଙ୍କୁ ଅଭିଯୋଗ କରାଯାଇଥିଲା।
ଏ ସମ୍ପର୍କରେ ବିଧାନସଭାରେ ମଧ୍ୟ ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀ ପ୍ରଶ୍ନ ଉଠାଇଥିଲେ ।
ଅଭିଯୋଗ ଅନୁସାରେ ଓଡିଶା ପବି୍ଲକ ସର୍ଭିସ କମିଶନ(ଓପିଏସି) କଟକଙ୍କ ବିଜ୍ଞାପନ
ସଂଖ୍ୟା୩/୧୯୯୬-୯୭ ଅନୁସାରେ ଓଡିଶା ବୟନ ଓ ହସ୍ତତନ୍ତ ବିଭାଗରେ ଗୋଟିଏ ଏଡିସି ପଦବୀ ପାଇଁ
ବିଜ୍ଞାପନ ପ୍ରକାଶ ପାଇଥିଲା ।ଏହି ପଦବି ପାଇଁ ଦେବଜିତ୍ ନନ୍ଦୀ ଓ ମନିସ୍ ପ୍ରସାଦ ମିଶ୍ର ଆବେଦନ
କରିଥିଲେ । ଓଡିଶା ଟେକ୍ସ ଟାଇଲସ୍ ଆଣ୍ଡ ସେରିକଲଚର ସର୍ଭିସର୧୯୯୩ କ୍ୟାଡର ରୁଲ ମୁତାବକ
ଏଡିସି ପଦବୀର ପଦୋନ୍ନତି ନଥିଲା । ତେବେ ୨୦୦୭ ଏଡିଟି ଗ୍ରେଡେସନ ଲିଷ୍ଟରେ ଚଞ୍ଚକତାର ସହ
ସାମିଲ କରି ପଦବୀକୁ ଏଡିଟି ହିସାବରେ ପରିଗଣିତ କରାଇ ୨୦୧୩ ମସିହାରେ ଦେବଜିତ୍ ନନ୍ଦୀ ଙ୍କୁ
ଡେପୁଟି ଡାଇରେକ୍ଟର ଟେକ୍ସଟାଇଲସ୍ ପଦବୀକୁ ପଦୋନ୍ନତି ଦିଆଯାଇଥିଲା । ସେହିପରି
ଅନୁରୂପ ଭାବେ ୨୦୨୩ ମସିହାରେ ଜଏଣ୍ଟ ଡାଇରେକ୍ଟର ଟେକ୍ସ ଟାଇଲସ ରେ ପଦୋନ୍ନତି
କରାଯାଇଥିଲା । ଅପରପକ୍ଷେ ଓଡିଶା ବୟନ ଓ ହସ୍ତତନ୍ତ ବିଭାଗ ଅଫିସ ଅର୍ଡର ନଂ
୭୦୯୬/୨୧ ।୧୧ ।୨୦୨୪ରେ ଫାଇନାଲ ଗ୍ରେଡେସିନ ଲିଷ୍ଟ ରେ ଦେବଜିତ୍ ନନ୍ଦୀଙ୍କର ମୂଳ ନିଯୁକ୍ତି
ଏଡିଟି ଦେଖା ଯାଇଥିଲା । ଏଡିସି ଓ ଏଡିଟି ଏକା ପ୍ରକାରର ପଦବୀ ହୋଇ ନଥିବା ବେଳେ
ଏଡିସି ରେ ନିଯୁକ୍ତି ପାଇ ଏଡିଟି ଦେଖାଯିବା ଘଟଣା ସନ୍ଦେହ ଘେରକୁ ଆଣିଥିଲା । ଅନ୍ୟପକ୍ଷେ
ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ(ଏଚଟିଏଚ) ଡିପାର୍ଟମେ ନୋଟିଫକେଶନ ନଂ
୪୭୯୩/୧୦ ।୧୦ ।୨୦୧୩ରେ ଗଦାଧର ଦାଶ, ଦେବିଜିତ୍ ନନ୍ଦୀ ଓ ଲିଙ୍ଗରାଜ ରଥ ପ୍ରମୁଖ ୩ଜଣ ଏଡିଟି ରୁ
ଡେପୁଟି ଡାଇରେକ୍ଟର ଅଫ ଟେକ୍ସଟାଇଲସ୍ (ଡିଡିଟି)ରେ ପଦୋନ୍ନତି ଦିଆଯାଇଥିଲା ।
ତେବେ ଦେବଜିତ୍ ନନ୍ଦୀ ଏଡିସି ହୋଇ ଏଡିଟି ଦର୍ଶାଯାଉଥିବାରୁ ଏହା ଭୁଲ ନାଁ ଚଞ୍ଚକକତାରେ
ପଦୋନ୍ନତି ଦିଆଯାଇଛି ବୋଲି ପ୍ରଶ୍ନ ଉଠିଥିଲା । ଏଡିସି ଓ ଏଡିଟି ଏକା ପ୍ରକାରର
ପଦବୀ ହୋଇ ନଥିବାରୁ ଏଭଳି ଚଞ୍ଚକତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ
ସେଲିପାଲିର ରମେଶ ମେହେର ଓଡିଶା ବୟନ ଓ ହସ୍ତତନ୍ତ ବିଭାଗର କମିଶନର କମ ସେକ୍ରେଟାରୀଙ୍କୁ
ଅବଗତ କରାଇଥିଲେ ।




