
ଭୂକମ୍ପ ଝଟକାରେ ଥରିଲା ତାଇୱାନ। ଦକ୍ଷିଣ-ପୂର୍ବ ଉପକୂଳରେ ଅବସ୍ଥିତ ତାଇତୁଙ୍ଗ ସହରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେଣ୍ଟ୍ରାଲ ଓ୍ବେଦର ଆଡମିନଷ୍ଟେ୍ରସନ୍ (CWA) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା। ଲେଖାଯିବା ପର୍ଯ୍ୟନ୍ତ, କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ସରକାରୀ ରିପୋର୍ଟ ମିଳିନାହିଁ।CWA ରିପୋର୍ଟ ଅନୁସାରେ ଭୂମିକମ୍ପର କେନ୍ଦ୍ରସ୍ଥଳ ତାଇତୁଙ୍ଗ କାଉଣ୍ଟି ହଲ୍ଠାରୁ ପ୍ରାୟ ୧୦.୧ କିଲୋମିଟର ଉତ୍ତରରେ ଅବସ୍ଥିତ ଥିଲା। ସେଭଳି ଏହାର ଗଭୀରତା ଭୂତଳଠାରୁ ୧୧.୯ କିଲୋମିଟର ରେକର୍ଡ କରାଯାଇଛି। ଗଭୀରତା ଅଧିକ ଥିବା ଯୋଗୁଁ, ଭୂମିକମ୍ପର ଝଟକା ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା। ରାଜଧାନୀ ତାଇପେରେ, ଅନେକ ବଡ଼ ବଡ଼ କୋଠା କିଛି ସମୟ ପାଇଁ ଥରି ଉଠିଥିଲା ଯାଇଥିଲା, ଯାହା ଫଳରେ କାର୍ଯ୍ୟାଳୟ ଏବଂ ଆବାସିକ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।




