
ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଆଜି(ଶନିବାର) ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେବେ, ଅନ୍ୟପଟେ ଖରାପ ଫର୍ମ ଦେଇ ଗତି କରୁଥିବା ଶୁଭମନ ଗିଲ୍ଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଆଉ ଝାଡ଼ଖଣ୍ଡକୁ ସୟଦ ମୁସ୍ତାକ ଅଲି ଟ୍ରଫି ଜିତାଇଥିବା ଇଶାନ କିସାନ ବହୁତ ଦିନ ପରେ ଦଳକୁ ଫେରିଛନ୍ତି ।
ଏଥର ଟି-୨୦ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବେ । ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରି ୭ରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ୍ ୨୦ ମାର୍ଚ୍ଚରେ ଅନୁଷ୍ଠିତ ହେବ । ଗତଥରର ଚାମ୍ପିୟନ ଭାରତୀୟ ଦଳକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରୁପ୍-ଏ’ ରେ ରଖାଯାଇଛି । ଏହି ଗ୍ରୁପ୍ରେ ଆମେରିକା, ନାମିବିଆ, ନେଦରଲ୍ୟାଣ୍ଡ ଏବଂ ପାକିସ୍ତାନ ଦଳ ମଧ୍ୟ ରହିଛନ୍ତି ।
ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ:
- ସୂର୍ଯ୍ୟକୁମାର ଯାଦବ (ଅଧିନାୟକ),
- ଅକ୍ଷର ପଟେଲ (ଉପ-ଅଧିନାୟକ),
- ଅଭିଷେକ ଶର୍ମା,
- ତିଲକ ବର୍ମା,
- ହାର୍ଦ୍ଦିକ ପାଣ୍ଡ୍ୟା,
- ଶିବମ ଦୁବେ,
- ଜିତେଶ ଶର୍ମା (ୱିକେଟକିପର),
- ସଞ୍ଜୁ ସାମସନ (ୱିକେଟକିପର),
- କୁଲଦୀପ ଯାଦବ,
- ବରୁଣ ଚକ୍ରବର୍ତ୍ତୀ,
- ଜସପ୍ରୀତ ବୁମ୍ରା,
- ଅର୍ଶଦୀପ ସିଂ,
- ରିଙ୍କୁ ସିଂ,
- ହର୍ଷିତ ରାଣା ଏବଂ
- ଇଶାନ କିସାନ ।




