
ଆଉଁରିଆ(ଅପସ୍ମାର ବାତ) ରୋଗୀଙ୍କୁ ଜୋତା ଶୁଙ୍ଘାଇଲେ ରାଇରଙ୍ଗପୁର ଆଦର୍ଶ ଥାନାର ପୁଲିସ ବାବୁ । ପୁଲିସ ବାବୁଙ୍କ ଅଜବ ଚିକିତ୍ସା ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁମାନେ ସଚେତନତା କରାଉଛନ୍ତି ସେମାନେ ହିଁ ଅନ୍ଧ ବିଶ୍ଵାସରେ ବଶବର୍ତ୍ତୀ ହେଇଛନ୍ତି ।
ଏଭଳି ବିଚିତ୍ର ଦୃଶ୍ଯ ଦେଖିବାକୁ ମିଳିଛି ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଟାଉନ୍ ଥାନା ସମ୍ମୁଖରେ ।ଜଣେ ବ୍ୟକ୍ତି ହଠାତ୍ ଅଚେତ ହୋଇ ପଡ଼ିଯାଇଥିବା ବେଳେ ଦୁଇଜଣ ପୁଲିସ ବାବୁ ଅଚେତ୍ ହୋଇଥିବା ବ୍ୟକ୍ତିଙ୍କ ଚେତା ଫେରାଇ ଆଣିବା ପାଇଁ ତାଙ୍କର ଯୋତା ଖୋଲି ନାକରେ ଶୁଙ୍ଘାଇଥିଲେ। ହେଲେ କରିବେ ବା କ’ଣ ବାବୁମାନଙ୍କ ଜୋତା ବୋଧେ ଅଧିକ ଦୁର୍ଗନ୍ଧ ହୋଇ ନଥିଲା ଯେଉଁଥିପାଇଁ ଅଚେତ୍ ବ୍ୟକ୍ତିଙ୍କ ଚେତା ଫେରି ନଥିଲା ।




