
ବଲାଙ୍ଗୀର: ବର ଶୋଭାଯାତ୍ରା ବେଳେ ବଡ଼ ଅଘଟଣ । ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା ଗାଡ଼ି । ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂର ଭାଇ ଗୁରୁତର ଆହତ ହୋଇଛନ୍ତି । ହର୍ଷ ଉଲ୍ଲାସରେ ଚାଲିଥିବା ବାହାଘରରେ ଚାହୁଁଚାହୁଁ ଦୁଃଖର ବାତାବରଣ ଖେଳିଗଲା । ବଲାଙ୍ଗୀର ଜିଲ୍ଲା ଉପଖଣ୍ଡ ବେଲପଡ଼ା ଥାନା ମଣ୍ଡଳ ଗାଁରେ ଘଟିଛି ଏହି ଦୁର୍ଘଟଣା । ତେବେ ଅଘଟଣ ପରେ ବି ଉଭୟ ପକ୍ଷର ସହମତିରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି । ମୃତକ ହେଉଛନ୍ତି ଲୋଇସିଂହା ଥାନା ଆମପାଳି ଗାଁର ଘିବଲୁ ବାଗ




