
ରାଜ୍ୟରେ ଶୀତ ବଢ଼ିଛି। ଗୁରୁବାର ୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା, ସେମିଳିଗୁଡ଼ା ସବୁଠୁ ଥଣ୍ଡା ୭.୧ ଡିଗ୍ରୀ।
ସେହିପରି ଜି. ଉଦୟଗିରିରେ ତାପମାତ୍ରା ୭.୪ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୭.୫ ଏବଂ ଫୁଲବାଣୀରେ ୮.୫ ଡିଗ୍ରୀ ତାପମାତ୍ରା ରହିଛି।
୧୫ ଡିଗ୍ରୀ ତଳେ ଟ୍ବିନ୍ ସିଟିର ରାତ୍ରି ତାପମାତ୍ରା ଥିବାବେଳେ କଟକରେ ୧୪.୬ ଓ ଭୁବନେଶ୍ୱରର ତାପମାତ୍ରା ୧୪.୧ ଡିଗ୍ରୀ ରହିଛି।




