
କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ବନାଞ୍ଚଳ ଅନ୍ତର୍ଗତ ସିକେରକୁପା ସେକ୍ସନ କିଡିଙ୍ଗ-ମାଡ଼ିବନ୍ଧା ଅଞ୍ଚଳରେ ଏକ ବାଘ ବୁଲୁଥିବା ଅଭିଯୋଗ ହେଉଛି । କିଡିଙ୍ଗ ଓ ମାଡିବନ୍ଧା ଗାଁର ଲୋକେ କହିବା ଅନୁଯାୟୀ କିଡିଙ୍ଗଠାରୁ ଲାଞ୍ଜିଗଡ଼ରୋଡ଼କୁ ସଂଯୋଗ କରୁଥିବା ରାସ୍ତାର ମାଡ଼ିବନ୍ଧାସ୍ଥିତ ରାସ୍ତା ନିକଟରେ ଗର୍ଜନ କରି ଅତିକ୍ରମ କରୁଥିବା କିଛି ମହିଳା ଓ ପୁରୁଷ ବାଘକୁ ଦେଖି ଭୟରେ ଆତଙ୍କିତ ହୋଇପଡ଼ିଥିଲେ।
ତେବେ ବାଘ ଥିବା ଜାଣିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ତେବେ ଏ ସମ୍ପର୍କରେ ସିକେରକୁପା ଫରେଷ୍ଟର ଭାଗିରଥି ନାଏକଙ୍କୁ ପଚାରିବାରୁ ଆମ ପାଖରେ ଏ ପର୍ଯ୍ୟନ୍ତ କୌଣସି ଖବର ନାହିଁ ଆମେ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ବାଘର ଗତିବିଧି ଲକ୍ଷ୍ୟ କରିବୁ ବୋଲି କହିଛନ୍ତି।




