
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନାକଟି ଦେଉଳ ରାସ୍ତା ର ଡ଼ିମିରିକୁଦା ନିକଟ ଆଦର୍ଶ ବିଦ୍ୟାଳୟ ନିକଟରେ ଅଜଣା ଗାଡି ଧକ୍କାରେ ମା’ ଓ ପୁଅ ଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଚାରମାଳ ଥାନା ବଡ଼ମାଳ ପଞ୍ଚାୟତ ପିପିଲିକାନୀ ଗ୍ରାମର ମଞ୍ଜୁ ମାଝୀ ଓ ତାଙ୍କ ପୁଅ ମନୋଜ ମାଝୀ।ମା’ ଓ ପୁଅ ଏକ ବାଇକରେ ନାକଟି ଦେଉଳ ତେରବେଡା ଗ୍ରାମକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁ ଥିଲେ। ଆଦର୍ଶ ବିଦ୍ୟାଳୟ ନିକଟରେ ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଥିଲା।ସ୍ଥାନୀୟ ଲୋକ ମାନେ ଉଭୟ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମା’ ଓ ପୁଅଙ୍କ ମୃତ୍ୟୁ ହୋଇ ଯାଇଛି। ପୁଲିସ ଉଭୟଙ୍କ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।




