ବସ୍ଷ୍ଟାଣ୍ଡରୁ ପାଇଥିବା ୫ ଭରି ଓଜନର ଦୁଇଟି ସୁନା ହାର ଫେରାଇ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗାଓଁର ୩ଜଣ ଚର୍ଚ୍ଚାରେ। ଏମ୍ ରାମପୁର ବ୍ଲକ ଗ୍ରାମ ତଲନୁଆଗାଁର କାହ୍ନା ଦେହେରିଆ ବଲାଙ୍ଗୀର ଜିଲା ତୁଷୁରା ଅଞ୍ଚଳର ଖର୍ଡ଼ା ଗ୍ରାମରେ ଏକ ବିବାହ କାର୍ଯ୍ୟ ସମାପନ କରି ତାଙ୍କ ମା ସହ ଫେରୁଥିବା ସମୟରେ ବ୍ୟାଗଟିକୁ ରିଷିଡା ବସ୍ଷ୍ଟାଣ୍ଡରେ ଛାଡିଦେଇଥିଲେ।କର୍ଲାମୁଣ୍ଡାର ବଲ୍ଲଭ ନାଏକ, ପୁଲସ୍ତି ବୁଡେକ ଏବଂ ରାମ ଝାଙ୍କର ଉକ୍ତ ବ୍ୟାଗଟିକୁ ପାଇଥିଲେ। ପରେ ବ୍ୟାଗ ହଜିଥିବା ବ୍ୟକ୍ତିଙ୍କୁ ଘରକୁ ଡାକି ବ୍ୟାଗ୍ରେ ଥିବା ତାଙ୍କର ସୁନା ଟଙ୍କା ମୋବାଇଲ, ଦୁଇଟି ସୁନା ହାର ଓ ଟଙ୍କା ଫେରସ୍ତ କରିଥିଲେ। April 25, 2026
ଏପ୍ରିଲ ୨୭ ତାରିଖ ରୁ ଖରା ଛୁଟି। 👉 ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ👉 ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ👉 ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା👉 ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା👉 ଗଣଶିକ୍ଷା ବିଭାଗର ଏସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ April 24, 2026
ଚିକିତ୍ସା ପାଇଁ ଆନ୍ଧ୍ର ଯାଇଥିବା ଶ୍ବଶୁର-ଜ୍ବାଇଁ କଳାହାଣ୍ଡି ଫେରିବା ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ ।କ୍ୟାନସର ଚିକିତ୍ସା ସାରି ବିଶାଖାପାଟଣା ଠାରୁ କଳାହାଣ୍ଡି ଯାଉଥିବା ବେଳେ ଟ୍ରେନରୁ ଖସି ଶଶୁର ରାୟଗଡ଼ା ରେଳ ଷ୍ଟେସନ ନିକଟରେ ଏବଂ ପରେ ଜ୍ବାଇଁଙ୍କ ମୁନିଗୁଡା ବ୍ଲକ ଦହିଖାଲ ଦେଶ ରେଳ ଷ୍ଟେସନ ନିକଟରେ ଖସି ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ସୂଚନାରୁ ଜଣାପଡ଼ିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ଟିକାଇ ଗ୍ରାମର ଜ୍ବାଇଁ ସୁଦାମ ନାୟକ ଗତ ୨୩ ତାରିଖ ଦିନ ଶଶୁର ଲିଙ୍ଗରାଜ ସାହା (୮୦)ଙ୍କୁ ଧରି କ୍ୟାନସର ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଇଥିଲେ। କୋରବା ଲିଙ୍କ ଏକ୍ସପ୍ରେସରେ ଫେରୁଥିବା ବେଳେ କୌଣସି କାରଣ ବସତଃ ପ୍ରଥମେ ଶଶୁର ରାୟଗଡା ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମରେ ଖସିପଡ଼ି ଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା।ଅନ୍ୟପଟରେ ଶଶୁରଙ୍କୁ ନପାଇ ଜ୍ବାଇଁ ବ୍ୟସ୍ତ ହୋଇ ଟ୍ରେନରୁ ଖସିଯାଇଥିବା ପୁଲିସ ଅନୁମାନ କରୁଛି। ଉଭୟଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ରାୟଗଡା ଓ ମୁନିଗୁଡା ଜିଆରପି ପୁଲିସ ତଦନ୍ତ ଜାରିରଖିଛି। ଜ୍ୱାଇଁ ସୁଦାମଙ୍କ ମୃତଦେହ ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଶଶୁର ଲିଙ୍ଗରାଜଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି April 24, 2026
ପଦ୍ମ ଧରିଲେ 7 ଆପ ନେତା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ରାଘବ ଚଢ଼ା, ଅଶୋକ ମିତ୍ତଲ ଓ ସନ୍ଦୀପ ପାଠକଙ୍କ ସମେତ ୭ ଜଣ ରାଜ୍ୟସଭା ସାଂସଦ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ ମୁଖ୍ୟ ନିତିନ ନବୀନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏହି ସାଂସଦମାନଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ହରଭଜନ ସିଂହ, ସ୍ୱାତି ମାଲିୱାଲ, ରାଜିନ୍ଦର ଗୁପ୍ତା ଓ ବିକ୍ରମ ସାହନୀ ମଧ୍ୟ ଆପ୍ ପରିତ୍ୟାଗ କରି ବିଜେପି ଶିବିରକୁ ଆସିଛନ୍ତି। ବିଜେପି ମୁଖ୍ୟାଳୟରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ନିତିନ ନବୀନ ନୂତନ ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଏହା ଦଳ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି। April 24, 2026