Latest Post

Page 155 of 155 1 154 155

Recommended

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଅଚଳାବସ୍ଥା ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମ ସମୁଖରେ ପ୍ରତିକ୍ରିୟା ରଖିଛନ୍ତି। ଜୟପୁର ବିଧାୟକ କହିଛନ୍ତି, ଗୃହ ଅଚଳାବସ୍ଥା ଥିଲେ ମଧ୍ୟ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି। ସହମତିରେ ବିଧାନସଭା ଚାଲିବା ପାଇଁ ରାସ୍ତା ବାହାର କରାଯିବା ଦରକାର। ଆଲୋଚନା କିପରି ଭାବରେ ନ ହେଉ ଉଭୟ ବିଜେଡି ଓ ବିଜେପି ସାଙ୍ଗରେ ମିଶି ଜାଣିଶୁଣି ବିଧାନସଭାକୁ ବନ୍ଦ କରୁଛନ୍ତି। ଗୃହ ଯଦି ଚାଲିବ, ଅନାସ୍ଥା ପ୍ରସ୍ତାବ ଯଦି ଗୃହୀତ ହେବ ତା ହେଲେ ଆଲୋଚନା ପାଇଁ ବାଧ୍ୟ ହେବେ। ବିଜେଡି ଯଦି ସହଯୋଗ କରିବ, ତାହେଲେ ଆଲୋଚନାକୁ ଯିବୁ। ଉଭୟ ବିଜେପି ଏବଂ ବିଜେଡି ଗାତରେ ପଡ଼ି ଯାଇଛନ୍ତି। ପୂର୍ବ ଅଧିବେଶନରେ ମହିଳା ପ୍ରସଙ୍ଗ ଉଠାଇଥିଲୁ। ବିଧାନସଭା କମିଟି ଚାହୁଁ ଥିଲୁ। ସେତେବେଳେ ଘଣ୍ଟ ବଜାଇ ଦାବି କରୁଥିଲୁ। ବାଚସ୍ପତି ଗୃହକୁ ବନ୍ଦ କରୁ ନଥିଲେ। ଏବେ ଗୋଟେ ମିନିଟ ଭିତରେ ବିଧାନସଭାକୁ ବନ୍ଦ କରି ଦେଉଛନ୍ତି। ଶାସକ ଦଳକୁ ବିଜେଡିର ସମ୍ପୂର୍ଣ୍ଣ ସହଯୋଗ ରହୁଛି। ସେଥିପାଇଁ ସେମାନେ ବିଧାନସଭା ବନ୍ଦ କରି ଦେଉଛନ୍ତି । ୨୦୨୫ ସେପ୍ଟେମ୍ବର ୧୮ ତାରିଖ ଠାରୁ ଆରମ୍ଭ ବିଧାନସଭାର ମୌସୁମୀ ଅଧିବେଶନ ହୋଇଛି। ଶୁକ୍ରବାର ଦିନ ପୂର୍ବହ୍ନରେ ମାତ୍ର ୪ ମିନିଟ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିଥିଲା। ସାର ପ୍ରସଙ୍ଗରେ ବିଜେଡି ନେତାମାନେ ହୋହାଲ୍ଲା କରିବାରୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ଅପରାହ୍‌ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ। ଅପରାହ୍‌ଣ ୪ଟାରେ ଗୃହ ଯେତେବେଳେ ଆରମ୍ଭ ହେଲା ମାତ୍ର ୪ମିନିଟ ପରେ ପୁଣି ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା କରିଥିଲେ। ଫଳରେ ଗୃହକୁ ବାଚସ୍ପତି ଶନିବାର ସକାଳ ୧୦ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଆଜି ବିଧାନସଭାର ଗୃହ କାର୍ଯ୍ୟ ମାତ୍ର କେଇଁ ମିନିଟ ପାଇଁ ଚାଲିଥିଲା। ବିରୋଧୀଙ୍କ ହଙ୍ଗାମା କାରଣରରୁ ଗୃହକାର୍ଯ୍ୟ ସୂଚାରୁ ରୂପେ ଚାଲି ପାରି ନଥିଲା। ଶୁକ୍ରବାର ୮ମିନିଟ ଗୃହ କାର୍ଯ୍ୟ ଚାଲିଥିଲା ବେଳେ ଏହା ଶନିବାର ୧୫ମିନିଟ ଧରି ଚାଲିଛି।

Most Popular