OD Times

OD Times

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଅଚଳାବସ୍ଥା ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମ ସମୁଖରେ ପ୍ରତିକ୍ରିୟା ରଖିଛନ୍ତି। ଜୟପୁର ବିଧାୟକ କହିଛନ୍ତି, ଗୃହ ଅଚଳାବସ୍ଥା ଥିଲେ ମଧ୍ୟ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି। ସହମତିରେ ବିଧାନସଭା ଚାଲିବା ପାଇଁ ରାସ୍ତା ବାହାର କରାଯିବା ଦରକାର। ଆଲୋଚନା କିପରି ଭାବରେ ନ ହେଉ ଉଭୟ ବିଜେଡି ଓ ବିଜେପି ସାଙ୍ଗରେ ମିଶି ଜାଣିଶୁଣି ବିଧାନସଭାକୁ ବନ୍ଦ କରୁଛନ୍ତି। ଗୃହ ଯଦି ଚାଲିବ, ଅନାସ୍ଥା ପ୍ରସ୍ତାବ ଯଦି ଗୃହୀତ ହେବ ତା ହେଲେ ଆଲୋଚନା ପାଇଁ ବାଧ୍ୟ ହେବେ। ବିଜେଡି ଯଦି ସହଯୋଗ କରିବ, ତାହେଲେ ଆଲୋଚନାକୁ ଯିବୁ। ଉଭୟ ବିଜେପି ଏବଂ ବିଜେଡି ଗାତରେ ପଡ଼ି ଯାଇଛନ୍ତି। ପୂର୍ବ ଅଧିବେଶନରେ ମହିଳା ପ୍ରସଙ୍ଗ ଉଠାଇଥିଲୁ। ବିଧାନସଭା କମିଟି ଚାହୁଁ ଥିଲୁ। ସେତେବେଳେ ଘଣ୍ଟ ବଜାଇ ଦାବି କରୁଥିଲୁ। ବାଚସ୍ପତି ଗୃହକୁ ବନ୍ଦ କରୁ ନଥିଲେ। ଏବେ ଗୋଟେ ମିନିଟ ଭିତରେ ବିଧାନସଭାକୁ ବନ୍ଦ କରି ଦେଉଛନ୍ତି। ଶାସକ ଦଳକୁ ବିଜେଡିର ସମ୍ପୂର୍ଣ୍ଣ ସହଯୋଗ ରହୁଛି। ସେଥିପାଇଁ ସେମାନେ ବିଧାନସଭା ବନ୍ଦ କରି ଦେଉଛନ୍ତି । ୨୦୨୫ ସେପ୍ଟେମ୍ବର ୧୮ ତାରିଖ ଠାରୁ ଆରମ୍ଭ ବିଧାନସଭାର ମୌସୁମୀ ଅଧିବେଶନ ହୋଇଛି। ଶୁକ୍ରବାର ଦିନ ପୂର୍ବହ୍ନରେ ମାତ୍ର ୪ ମିନିଟ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିଥିଲା। ସାର ପ୍ରସଙ୍ଗରେ ବିଜେଡି ନେତାମାନେ ହୋହାଲ୍ଲା କରିବାରୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ଅପରାହ୍‌ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ। ଅପରାହ୍‌ଣ ୪ଟାରେ ଗୃହ ଯେତେବେଳେ ଆରମ୍ଭ ହେଲା ମାତ୍ର ୪ମିନିଟ ପରେ ପୁଣି ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା କରିଥିଲେ। ଫଳରେ ଗୃହକୁ ବାଚସ୍ପତି ଶନିବାର ସକାଳ ୧୦ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଆଜି ବିଧାନସଭାର ଗୃହ କାର୍ଯ୍ୟ ମାତ୍ର କେଇଁ ମିନିଟ ପାଇଁ ଚାଲିଥିଲା। ବିରୋଧୀଙ୍କ ହଙ୍ଗାମା କାରଣରରୁ ଗୃହକାର୍ଯ୍ୟ ସୂଚାରୁ ରୂପେ ଚାଲି ପାରି ନଥିଲା। ଶୁକ୍ରବାର ୮ମିନିଟ ଗୃହ କାର୍ଯ୍ୟ ଚାଲିଥିଲା ବେଳେ ଏହା ଶନିବାର ୧୫ମିନିଟ ଧରି ଚାଲିଛି।

ସୁପର ସନ୍‌ଡେରେ ହାଇଭୋଲଟେଜ୍ ମୁକାବିଲା : ଚଳିତ ଏସିଆ କପରେ ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ

ସୁପର ସନ୍‌ଡେରେ ହାଇଭୋଲଟେଜ୍ ମୁକାବିଲା । ଚଳିତ ଏସିଆ କପରେ ପୁଣିଥରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦି ଭାରତ ଓ ପାକିସ୍ତାନ । ସୁପର-୪ ଲଢ଼େଇରେ ଆଜି...

ସାର ଅଭାବ ସମ୍ପର୍କରେ ବିଜେଡି ବିଧାୟକ ରାଜ୍ୟପାଳଙ୍କୁ ଭେଟିଲ

ସାର ସଂକଟ: ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ବିଧାୟକରାଜ୍ୟରେ ସାର ସମସ୍ୟାକୁ ନେଇ ବିଜୁ ଜନତା ଦଳ (ବିଜେଡି)ର ବିଧାୟକମାନେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ରାଜଭବନରେ ଶନିବାର...

ଶିକ୍ଷକ, ଶିକ୍ଷୟତ୍ରୀଙ୍କ ବଦଳି ଏବଂ ନିଯୁକ୍ତିନେଇ ନୀତି ପ୍ରସ୍ତୁତ

ଭୁବନେଶ୍ବର: ଗଣଶିକ୍ଷା ବିଭାଗରେ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ବଦଳି ଏବଂ ନିଯୁକ୍ତିନେଇ ନୀତି ପ୍ରସ୍ତୁତ । ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁସାରେ ବାର୍ଷିକ ବଦଳି ଏପ୍ରିଲ ୧୫ରୁ...

ଫ୍ୟାମିଲିପ୍ଲାନିଂ ଅସ୍ତ୍ରୋପଚାର ମେସିନ୍‌ ଅଚଳ

🎯ଫ୍ୟାମିଲିପ୍ଲାନିଂଅସ୍ତ୍ରୋପଚାରମେସିନ୍‌ଅଚଳ !-ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳାଙ୍କ ଜୀବନ ସହ ଖେଳ-ଫ୍ୟାମିଲି ପ୍ଲାନିଂ ଅସ୍ତ୍ରୋପଚାର ପାଇଁ ୨୮ ଜଣ ମହିଳାଙ୍କୁ ଡକାଯାଇଥିଲା-୪ ଜଣ ମହିଳାଙ୍କ ଅସ୍ତ୍ରୋପଚାର ପରେ...

ପ୍ରଥମପତ୍ନୀଙ୍କୁ ବି ମାରିଥିଲା ଦୀପକ

ପ୍ରଥମପତ୍ନୀଙ୍କୁବିମାରିଥିଲା_ଦୀପକ ।-ମହିଳା କନଷ୍ଟେବଲ୍ ଶୁଭମିତ୍ରା ହତ୍ୟା ଘଟଣାରେ ନୂଆ ମୋଡ଼-ରହସ୍ୟ ଘେରରେ ଅଭିଯୁକ୍ତ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ-ମୃତ୍ୟୁର ୩ ବର୍ଷ ପରେ ମୁହଁ ଖୋଲିଲେ ପ୍ରଥମ...

ଓସିଏସ୍‌ ପରୀକ୍ଷା ପାଇଁ ଆସିଲା ଟାଇମ୍‌‌ ଟେବୁଲ-.

ଓସିଏସ୍‌ ପରୀକ୍ଷା ପାଇଁ ଆସିଲା ଟାଇମ୍‌‌ ଟେବୁଲ-ଓସିଏସ୍‌ ପରୀକ୍ଷା-୨୦୨୪ ପାଇଁ ଟାଇମ୍‌ ଟେବୁଲ ଜାରି-ଆସନ୍ତା ଅକ୍ଟୋବର ୧୨ରେ ହେବ ପରୀକ୍ଷା-ସକାଳ ୧୦ଟାରୁ ମଧ୍ୟାହ୍‌ଣ ୧୨ଟା ପର୍ଯ୍ୟନ୍ତ ପ୍ରଥମପତ୍ର-ଅପରାହ୍‌ଣ...

ଜୈଶ କମାଣ୍ଡର ମାସୁଦ ଇଲିଆସ କାଶ୍ମୀରୀଙ୍କ ଭାଷଣ ଭାଇରାଲ

ଜୈଶ କମାଣ୍ଡର ମାସୁଦ ଇଲିଆସ କାଶ୍ମୀରୀଙ୍କ ଭାଷଣ ଆଜିକାଲି ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ସ୍ୱୀକାର କରୁଛନ୍ତି ଯେ ଭାରତ ବାହାବଲପୁରରେ ଆତଙ୍କବାଦୀ ମାସୁଦ ଆଝାରଙ୍କ...

Page 33 of 44 1 32 33 34 44
  • Trending
  • Comments
  • Latest

Recent News