
କଟକ: ବାପାଙ୍କ ଶବ ନେଇ ଘରକୁ ଫେରୁଥିବାବେଳେ ନିଜେ ଶବ ପାଲଟିଗଲେ ପୁଅ। ମେଡିକାଲରୁ ବାପାଙ୍କ ମୃତଦେହ ନେଇ ଫେରୁଥିବାବେଳେ ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଛି ।ସୂଚନା ଅନୁଯାୟୀ, ଗତକାଲି କଟକ ବଡ଼ମେଡ଼ିକାଲରୁ ନିଜ ବାପଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ନିଜ ଘର ଠାକୁରମୁଣ୍ଡା ଅଣୁଥିବାବେଳେ ଯାଜପୁର ଜିଲ୍ଲା କୋରେଇ ଥାନା ଧନପୁର ଛକ ନିକଟରେ ଏକ ପିକଅପ୍ ଭ୍ୟାନ ଆମ୍ବୁଲାନ୍ସକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସରେ ନିଜ ବାପାଙ୍କ ଶବ ପାଖରେ ଥିବା ରଶ୍ମିରଞ୍ଜନ ନାୟକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ପହଞ୍ଚି ଗୁରୁତର ଆହତଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚକିତ୍ସାପରେ ଗୁରୁତର ବ୍ୟକ୍ତିଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେପଟେ କୋରେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟିଥିବା ଆମ୍ବୁଲାନ୍ସ ରୁ ଶବଟିକୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ପଠାଇବା ପରେ ଚାଳକକୁ ନିଜ ହେପାଜତକୁ ନେଇ ଘଟଣାର ତଦନ୍ତ ଚଳାଇଛି।




