
ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ଡେଉଁଳୋସ୍ତ ଗ୍ରାମର ଦେବାଶିଷ ରାୟଙ୍କ ଲିଖିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇ ତଦନ୍ତ ହୋଇଥିଲା। ସୂଚନାନୁଯାୟୀ ଗତ ତା୦୭.୦୩.୨୦୨୧ରିଖ ରେ ମଧ୍ୟରାତ୍ରି ପ୍ରାୟ ୦୨:୩୦ ସମୟରେ କିଛି ଅଜଣା ଅପରାଧୀ ଅଭିଯୋଗକାରୀଙ୍କ ଘରର ପଛ ପାର୍ଶ୍ୱର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରି ନଗଦ ୧୫,୦୦୦/- ଟଙ୍କା, ସୁନା ଅଳଙ୍କାର, ମୋବାଇଲ୍ ଫୋନ୍ ଏବଂ ଏଟିଏମ୍ କାର୍ଡ ଲୁଟ କରିଥିଲେ। ଘଟଣା ସମୟରେ ଅଭିଯୁକ୍ତମାନେ ଅଭିଯୋଗକାରୀ ଏବଂ ତାଙ୍କ ପିତାଙ୍କୁ ଆକ୍ରମଣ କରିଥିଲେ। ତଦନ୍ତ ସମୟରେ ଅଭିଯୁକ୍ତ ଅବଜାନ ଖାନ ଏବଂ ଅମିରୁଦ୍ଦିନ ଖାନଙ୍କ ସମ୍ପୃକ୍ତି ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରାଯାଇଥିଲା ଏବଂ ପଚରାଉଚରା ସମୟରେ ସେମାନେ ନିଜ ଦୋଷ ସ୍ୱୀକାର କରିଥିବା ସହ ଅପରାଧରେ ସେମାନଙ୍କ ସହଯୋଗୀମାନଙ୍କ ସମ୍ପୃକ୍ତି ସମ୍ବନ୍ଧରେ ମଧ୍ୟ ପ୍ରକାଶ କରିଥିଲେ। ଅଭିଯୁକ୍ତଦୁହିଁଙ୍କ ବିରୋଧରେ ଅପରାଧ ସ୍ପଷ୍ଟ ହେବାରୁ ଆଇନଅନୁଯାୟୀ ସେମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।




