
ମଙ୍ଗଳବାର ପୂର୍ବାହ୍ନରେ ରାଷ୍ଟ୍ରପତି ଶ୍ରୀମତୀମୁର୍ମୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇଥିଲେ। ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର୍ରେ ରାଉରକେଲା ଯାଇଥିଲେ। ରାଉରକେଲା ଗସ୍ତ ସାରି ପୁଣି ଝାରସୁଗୁଡ଼ାକୁ ଫେରି ଅପେକ୍ଷା କରିଥିବା ବିମାନରେ ଦିଲ୍ଲୀ ଫେରିବାର ଥିଲା। ଏହି ସମୟରେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ରାଜ୍ୟ ସରକାରଙ୍କ ମୁଖ୍ୟଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଭାଳେଣି ପଡ଼ିଯାଇଥିଲା। ତେବେ, ତୁରନ୍ତ ମରାମତି ପରେ ପୁଣି ସେହି ବିମାନରେ ଶ୍ରୀମତୀ ମୁର୍ମୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ।




