
📍ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ;📍👉 ତାଙ୍କୁ ପଦରୁ ବହିଷ୍କାର କରିବା ପାଇଁ ୧୯୩ ଜଣ ସାଂସଦ ସ୍ୱାକ୍ଷର କରିଥିଲେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ସଂସଦରେ ଖାରଜ ହୋଇଯାଇଛି। ଏହି ପ୍ରସ୍ତାବ ମାର୍ଚ୍ଚ ୧୨ ତାରିଖରେ ରାଜ୍ୟସଭାରେ ଆଗତ କରାଯାଇଥିଲା। ଏଥିରେ ୬୩ ଜଣ ରାଜ୍ୟସଭା ସଦସ୍ୟଙ୍କ ସମେତ ୧୯୩ ଜଣ ସାଂସଦଙ୍କ ଦସ୍ତଖତ ଥିଲା। ଏହି ପ୍ରସ୍ତାବର ଉଦ୍ଦେଶ୍ୟ ଥିଲା ସିଇସି ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା।




