
-ବିଜୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ସସ୍ମିତ ପାତ୍ର
-ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ଦେଲେ ଇସ୍ତଫା
-ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଦେଲେ ଇସ୍ତଫା
-କମିଟିର ଅଧ୍ୟକ୍ଷ ପଦରେ ନିଶିକାନ୍ତ ଥିବାରୁ ପ୍ରତିବାଦ କରି ଦେଲେ ଇସ୍ତଫା
-ନିଶିକାନ୍ତଙ୍କ ମନ୍ତବ୍ୟ ଅପମାନଜନକ, ମିଥ୍ୟା ଓ ଆଧାରହୀନ- ସସ୍ମିତ
-ବିଜୁ ବାବୁ ଜଣେ ଆନ୍ତର୍ଜାତିକସ୍ତରର ବିଶିଷ୍ଟ ବ୍ୟକ୍ତିତ୍ୱ, କିମ୍ବଦନ୍ତୀ ପୁରୁଷ
-ଭାରତର ବିଶ୍ୱ କୂଟନୀତି ନିଶ୍ଚିତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା
-ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର କରିବାରେ ଭୂମିକା ଗୁରୁତ୍ୱପୂର୍ଣ୍ଣ
-ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷିୟମାନଙ୍କୁ ସମର୍ଥନ କରିବାରେ ଭୂମିକା ଥିଲା
-‘ଏକ୍ସ’ ଜରିଆରେ ନିଶିକାନ୍ତଙ୍କ ମନ୍ତବ୍ୟକୁ ନିନ୍ଦା କଲେ ସାଂସଦ ମାନସ ମଙ୍ଗରାଜ
-୧୯୬୨ ଚୀନ ଯୁଦ୍ଧ କଥା ଉଠାଇ ବିଜୁ ବାବୁଙ୍କୁ ଟାର୍ଗେଟ୍ କରିଥିଲେ ନିଶିକାନ୍ତ
-ଆମେରିକା ଟଙ୍କାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁ ଯୁଦ୍ଧ ଲଢ଼ିଥିଲେ କହିଥିଲେ
-ଆଉ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଏଥିରେ ଭୂମିକା ନିଭାଇଥିଲେ
-ଆମେରିକା ସରକାର ଓ ସିଆଇଏ ମଧ୍ୟରେ ସେତୁ ଭାବେ କାମ କରିଥିଲେ କହିଥିଲେ
-ନେହରୁ USA ରାଷ୍ଟ୍ରଦୁତଙ୍କୁ କହିଥିଲେ ତୁମେ ତୁମ କାମ କର, ମୁଁ ବିଜୁଙ୍କୁ ପଠାଇଛି
-ଓଡ଼ିଶାର ଚାରବାଟିଆ ଏୟାର ବେସ୍ରେ ଆମେରିକା ବିମାନକୁ ଆଶ୍ରୟ ଦେଇଥିଲେ




