ଡାକ୍ତରଙ୍କ ବିରୋଧରେ ଆସିଲା ଯୌନଶୋଷଣ ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ସହ କାମ କରୁଥିବା ନର୍ସ । ଦୀର୍ଘ ୪ ବର୍ଷ ଧରି ଡାକ୍ତର ନର୍ସଙ୍କ ସହ ଖ ରାପ ସମ୍ପର୍କ ରଖୁଥିଲେ । ତାଙ୍କୁ ଡରାଇ ଏଭଳି ଦୁଷ୍କର୍ମ କରୁଥିବା ଅଭିଯୋଗ ଆଣିଛନ୍ତି । ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଡାକ୍ତର ଜୈଦ ଏବଂ ତାଙ୍କ ବାପାଙ୍କୁ ଗିରଫ କରିଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି ।ଅଭିଯୋଗ ଅନୁସାରେ, ନର୍ସ ଜଣକ ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ । ସେହି ମେଡିକାଲର ଉପର ମହଲାରେ ଥିବା ରୁମରେ ଡାକ୍ତର ତାଙ୍କୁ ନେଇ ଖରାପ ସମ୍ପର୍କ ରଖୁଥିଲେ । ୨୦୨୨ ମସିହାରୁ ନିୟମିତ ଏଭଳି କରି ଆସୁଥିଲେ । ଏମିତିକି ବାରଣ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ । ଡାକ୍ତର ମୋ ଗର୍ଭପାତ କରିଥିବା ମଧ୍ୟ କହିଛନ୍ତି ନର୍ସ ଜଣକ । ପରେ ଯେତେବେଳେ ଅତ୍ୟାଚାର ବଢ଼ିଲା ନର୍ସ ତାଙ୍କ ମାଆଙ୍କୁ ଜଣାଇଥିଲେ




