ମଦ ଦୋକାନରେ ସିସିଟିଭି ବାଧ୍ୟତାମଳୂକ..
ବିଦେଶୀ ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ମଧ୍ୟ ବଢ଼ାଯାଇଛି। କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାଠୁ ଉପର ହୋଟେଲ୍ ଓ କ୍ଲବ୍ ଏଥିରୁ ଛାଡ଼ ପାଇବେ। ସେହିପରି ପ୍ରତି ଦୋକାନ , ଆଉଟଲେଟରେ ସିସିଟିଭିକୁ ବାଧ୍ୟତାମଳୂକ କରାଯାଇଛି। ଉନ୍ନତମାନର ପ୍ୟାକେଜିଂ ସହ ୧୮୦ ଏମଏଲର ମଦ ଏଣିକି ଟେଟ୍ରା ପ୍ୟାକରେ ବିକ୍ରି ହେବ।… ଏପଟେ ନୂଆ ଅବକାରୀ ନୀତି ଆସୁ ଆସୁ ବିରୋଧୀ ଏହାର କଡ଼ା ସମାଲୋଚନା କରିଛନ୍ତି। ସରକାର କହିଥିବା ନିଶାମୁକ୍ତ ଓଡ଼ିଶା ଏହି ନୀତିରେ ପ୍ରତିଫଳନ ହେଉ ନଥିବା ଅଭିଯୋଗ କରି ବିଜେଡି କହିଛି , MGQକୁ ହଟାଇ MGRE ଆସିବା ଦ୍ବାରା କୁଚିଆ ପ୍ରକ୍ରିୟା ବନ୍ଦ ହେବା ବଦଳରେ ବଢିବ।




