• About
  • Advertise
  • Privacy & Policy
  • Contact
Wednesday, March 18, 2026
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

ରାଜ୍ୟରେ ଏପ୍ରିଲ ୧୬ରୁ ଜନଗଣନା ଆରମ୍ଭ, ସାମିଲ୍ ହେବେ ୧ ଲକ୍ଷରୁ ଅଧିକ କର୍ମଚାରୀ

OD Times by OD Times
March 18, 2026
in Uncategorized
0
0
SHARES
0
VIEWS
Share on FacebookShare on Twitter

ଆଗାମୀ ଏପ୍ରିଲ ୧୬ରୁ ଆରମ୍ଭ ହେବାକୁ ଯାଉଛି ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି କରାଯିବ। ଜନଗଣନାର ପ୍ରଥମ ପର୍ଯ୍ୟାୟରେ ସମଗ୍ର ଓଡ଼ିଶାର ୩୦ଟି ଜିଲ୍ଲାରେ ଗଣନା କରାଯିବ। ଡିଜିଟାଲ୍ ଭାବେ ହେବ ଜନଗଣନା। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟରେ ଏହା ଆୟୋଜିତ ହେଉଛି। ଏନେଇ ଭୁବନେଶ୍ୱର ୟୁନିଟ୍-୯ ସ୍ଥିତcଜନଗଣନା କାର୍ଯ୍ୟ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜନ ଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ।

ନିୟୋଜିତ ହେବେ ୧୦୦୮୭୫ କର୍ମଚାରୀ

ଏହି କାର୍ଯକ୍ରମରେ ଏପ୍ରିଲ ୧୬ରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏଥିରେ ନିୟୋଜିତ ହେବେ ୧୦୦୮୭୫ ଗଣନାକାରୀ ଓ ୧୭୨୮୨ ସୁପରଭାଇଜାର। ଏହା ପୂର୍ବରୁ ଏପ୍ରିଲ୧ରୁ ଏପ୍ରିଲ ୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ବ-ଗଣନାର ପ୍ରାବଧାନ ରହିଛି । ଏହି କାର୍ଯକ୍ରମରେ Self-Enumeration Portal (SE) ପୋର୍ଟାଲ ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରି ପାରିବେ । ଏହି ଗୃହ ଗଣନା ଏବଂ ଗୃହ ତାଲିକା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ସକାଶେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ୬୭ ଜଣ ମାଷ୍ଟର ଟ୍ରେନର ତାଲିମ ଗ୍ରହଣ କରିଛନ୍ତି I

ସବୁ ହେବ ଡିଜିଟାଲୀ

ଏହି ତାଲିମ ପ୍ରାପ୍ତ ମାଷ୍ଟର ଟ୍ରେନରମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୫୫୨ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ (Field Trainer) ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ଏହି କ୍ଷେତ୍ର ପ୍ରଶିକ୍ଷକମାନେ ରାଜ୍ୟର ୩୦ ଟି ଜିଲ୍ଲାରେ ୯୧ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ ଟି ପୌରପାଳିକା, ୫ ଟି ମହାନଗର ନିଗମ ଓ ୨ ଟି ଇନଡ଼ଷ୍ଟ୍ରିଆଲ ଟାଉନର ୧୦୦୮୭୫ ଗଣନାକାରୀ ୧୭୨୮୨ ସୁପରଭାଇଜାରମାନଙ୍କୁ ଏହି ମାସର ୧୫ ତାରିଖରୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଡିଜିଟାଲ୍ ତଥା ମୋବାଇଲ ଆପ ମାଧ୍ୟମରେ ଗୃହଗଣନା ଏବଂ ଗୃହତାଲିକା କାର୍ଯକ୍ରମ କ୍ଷେତ୍ର ପରିଦର୍ଶନ ମାଧ୍ଯମରେ ଅନୁଷ୍ଠିତ ହେବ।

ବ୍ରାଣ୍ଡ ଆମ୍ବାସଡର ହେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଜନଗଣନାର ଏହି କାର୍ଯକ୍ରମର ପ୍ରଚାର ପ୍ରସାର ସକାଶେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବ୍ରାଣ୍ଡ ଆମ୍ବାସାଡର ଭାବରେ କାର୍ଯ୍ୟ କରିବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରମାନେ ପ୍ରମୁଖ ଜନଗଣନା ଅଧିକାରୀ ରହିଥଥିବା ସ୍ଥଳେ ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ଏଥି ସହିତ ଜିଲ୍ଲାପାଳଙ୍କ ଅଧିନରେ ପ୍ରତ୍ୟେକ ତହସିଲର ତହସିଲଦାର ଏବଂ ବୈଧାନିକ ସହରଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଚାର୍ଜ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି।

ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର

ଓଡ଼ିଶା ସରକାରଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୋଡାଲ ବିଭାଗ ଭାବରେ କାର୍ଯ୍ୟ କରୁଛି । ରାଜ୍ୟର ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକମାନଙ୍କୁ ଗଣନାକାରୀ ଭାବରେ ନିଯୁକ୍ତ କରାଯିବାର କାର୍ଯ୍ୟକ୍ରମ ରହିଛି ଏବଂ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବେ ।ଭାରତୀୟ ଜନଗଣନାରେ ଏହା ହେଉଛି ପ୍ରଥମ ଡିଜିଟାଲ ଜନଗଣନା ଏବଂ ପ୍ରଥମ ଥର ପାଇଁ ଭାରତୀୟ ଜନଗଣନାରେ ସ୍ବ-ଗଣନାର ପ୍ରାବଧାନ ରହିଛି, ଏବଂ ସ୍ବ-ଗଣନାର ତଥ୍ୟକୁ ଗଣନାକାରୀଙ୍କ ଦ୍ବାରା ପୁନରାୟ ଯାଞ୍ଚ କରାଯିବାର କାର୍ଯ୍ୟକ୍ରମ ରହିଛି I ଏହି ଜନଗଣନାରେ CMMS Portal ର ବ୍ୟବହାର ରହିବା ସହିତ ହାଉସ୍ ଲିଷ୍ଟିଙ୍ଗ ବ୍ଳକ ସୃଷ୍ଟି କରିବା ପାଇଁ ଡିଜିଟାଲ ମାଧ୍ୟମର ଉପଯୋଗ କରାଯାଇଛି ।

Previous Post

ଦିନକୁ କେତେ ଟଙ୍କା ରୋଜଗାର କରନ୍ତି କେନ୍ଦ୍ର ସରକାର, ଉତ୍ତର ଜାଣିଲେ ଉଡ଼ିଯିବ ହୋସ୍, କରିପାରିବେନି ବିଶ୍ଵାସ

Next Post

ଭୁବନେଶ୍ବରରେ ନିର୍ମାଣାଧୀନ ବିଧାୟକ ଆବାସିକ କମ୍ପ୍ଲେକ୍ସ.

OD Times

OD Times

Next Post

ଭୁବନେଶ୍ବରରେ ନିର୍ମାଣାଧୀନ ବିଧାୟକ ଆବାସିକ କମ୍ପ୍ଲେକ୍ସ.

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest

ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା

January 4, 2026

ଭୁବନେଶ୍ୱରର ଧୌଳି ଗାର୍ଡେନ୍‌ରେ ବିଶ୍ୱ ସମ୍ମିଳନୀ

December 21, 2025
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ପ୍ରାଣୀ ଚିକିତ୍ସା ବିଭାଗ କର୍ମଚାରୀଙ୍କୁ ହତ୍ୟା

March 18, 2026

OBC କ୍ରିମି ଲେୟାର ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

March 18, 2026

ଇନ୍ଦୋରରେ ଭୟଙ୍କର ଅଗ୍ନିକାଣ୍ଡ : କାର ଚାର୍ଜିଂରୁ ସର୍ଟ ସର୍କିଟ୍ ହୋଇ ଫାଟିଲା ୪ଟି ସିଲିଣ୍ଡର, ୮ ମୃତ

March 18, 2026

SCB ଅଗ୍ନିକାଣ୍ଡ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ

March 18, 2026

Recent News

ପ୍ରାଣୀ ଚିକିତ୍ସା ବିଭାଗ କର୍ମଚାରୀଙ୍କୁ ହତ୍ୟା

March 18, 2026

OBC କ୍ରିମି ଲେୟାର ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

March 18, 2026

ଇନ୍ଦୋରରେ ଭୟଙ୍କର ଅଗ୍ନିକାଣ୍ଡ : କାର ଚାର୍ଜିଂରୁ ସର୍ଟ ସର୍କିଟ୍ ହୋଇ ଫାଟିଲା ୪ଟି ସିଲିଣ୍ଡର, ୮ ମୃତ

March 18, 2026

SCB ଅଗ୍ନିକାଣ୍ଡ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ

March 18, 2026
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

ପ୍ରାଣୀ ଚିକିତ୍ସା ବିଭାଗ କର୍ମଚାରୀଙ୍କୁ ହତ୍ୟା

March 18, 2026

OBC କ୍ରିମି ଲେୟାର ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

March 18, 2026
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.