
ରାଜ୍ୟସଭା ନିର୍ବାଚନ ଲାଗି ଚଳିତ ମାସ ୧୬ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଥିବାରୁ ଏହିଦିନ ବିଧାନସଭା ଚାଲିବ ନାହିଁ। ବିଧାନସଭା କାର୍ଯ୍ୟ ଦିନକ ପାଇଁ ମୁଲତବୀ ରହିବ। ଶୁକ୍ରବାର ଗୃହରେ ଗୃହୀତ କାର୍ଯ୍ୟ ପରାମର୍ଶଦାତା କମିଟିଙ୍କ ରିପୋର୍ଟ ଅନୁଯାୟୀ ଏହା ସ୍ଥିରିକୃତ ହୋଇଛି। ବାଚସ୍ପତି ସୁରମା ପାଢୀ ମାର୍ଚ୍ଚ ୧୬ ରେ ବିଧାନସଭା ମୁଲତବୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।




