
ରାଜ୍ୟସଭା ନିର୍ବାଚନ ପାଇଁ ମକ୍ ପୋଲିଂ। ପର୍ଯ୍ୟାୟକ୍ରମେ ୩ ଦଳର ବିଧାୟକମାନେ ଆସି ଭାଗ ନେବେ। ଆଜି ପ୍ରଥମ ପର୍ଯ୍ୟାୟରେ ବିଧାନସଭା ପରିସରରେ ବିଜେଡି ବିଧାୟକମାନେ ଯୋଗଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ବାବଦରେ ବିଧାୟକ ମାନେ ବୁଝିବେ। ଅନ୍ୟପଟେ ସନ୍ଧ୍ୟାରେ ନବୀନ ନିବାସରେ ବିଧାୟକଙ୍କ ବୈଠକ ନେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବି ନବୀନ ନିବାସରେ କସରତ ଜାରି ରହିବ। ନିର୍ବାଚନ ପ୍ରକ୍ରିୟା ଓ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ।




