
ନୟାଗଡ଼ ଜିଲ୍ଲା ରଣପୁର ଥାନା ତାଳକଣି- କୋଟପୋଖରୀ ଘାଟି ଜଙ୍ଗଲରୁ ମିଳିଲା ନର କଙ୍କାଳ l ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡ଼ିଥିବା ବେଳେ ଦୁର୍ଗନ୍ଧରେ ଫାଟିପଡୁଛି ପରିବେଶ l ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଏହି ନର କଙ୍କାଳ ଦେଖି ଛାନିଆ ହୋଇଥିଲେ l ପରେ ଏହି ଘଟଣା ବ୍ୟାପିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା l ନର କଙ୍କାଳକୁ ଦେଖିଲେ ହତ୍ୟା କରି ଫୋଫାଡ଼ିଦେଇଥିବା ପରୀ ଅନୁମାନ କରାଯାଉଛି l ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ସମୟ ଧରି ଚର୍ଚ୍ଚା ପରେ ପୋଲିସ ପହଞ୍ଚିଥିଲା l ସ୍ଥାନୀୟ ତାଳକଣୀ ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ତ୍ରିଲୋଚନ ମୁଦୁଲି ଗତ କିଛି ମାସ ହେବ ନିଖୋଜ ଥିଲେ l ତେବେ ତାଙ୍କର ମୃତ ଦେହ ହୋଇଥିବା ନେଇ ଲୋକେ ଆଶଙ୍କା କରୁଛନ୍ତି l ତାଙ୍କ ପରିବାର ଲୋକେ ପଡ଼ିରହିଥିବା ଜୋତା ଏବଂ ଗାମୁଛାରୁ ଚିନ୍ହଟ କରିଥିବା ସୂଚନା ମିଳିଛି l ତାଙ୍କୁ ହତ୍ୟା କରି କେହି ଫୋପାଡ଼ିଛି ନାଁ ସେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ରଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ l ଶରୀରରୁ ମୁଣ୍ଡ ଅଲଗା ହୋଇଥିବାରୁ ହତ୍ୟା ସନ୍ଦେହ ଉପୁଜୁଛି l ପୋଲିସ ତଦନ୍ତ ଜାରୀ ରଖିଛି l




