
ଗଣତନ୍ତ୍ର ଦିବସର ପ୍ୟାରେଡରେ ବିରୋଧୀ ଦଳ ନେତାଙ୍କ ବସିବା ବ୍ୟବସ୍ଥାକୁ ନେଇ କଂଗ୍ରେସ ଦଳ ମୋଦୀ ସରକାରଙ୍କୁ ପ୍ରଶ୍ନ ଉଠାଇଛି। ବିରୋଧୀ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ବିରୋଧୀ ନେତାମାନଙ୍କୁ ପଛରେ ବସାଇ ଅପମାନିତ କରିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏହା ବ୍ୟତୀତ କଂଗ୍ରେସ ଦଳ ଏହି ସମ୍ପର୍କରେ ୨୦୧୪ ମସିହାର ଏକ ଫଟୋ ସେୟାର କରିଛି। ଏହି ଫଟୋରେ ବିରୋଧୀ ନେତା ଭାବରେ ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ୟାରେଡ ସମୟରେ ଆଗ ଧାଡ଼ିରେ ବସିଥିବା ଦେଖାଯାଇଛି।




