
ଚିଲିକା ହେଉଛି ଆମ ଜୈବ ବିବିଧତାର ଭଣ୍ଡାର । , ଏହାର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି। ଚିଲିକାର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଏକ ବୈଠକରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଏହି ନିର୍ଦେଶ ଦେଇଛନ୍ତି।ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଏକ ବୈଠକରେ ଚିଲିକାର ସୁରକ୍ଷା ଓ ପରିବେଶର ଉନ୍ନତି ପାଇଁ ଏକ ସମନ୍ୱିତ ଯୋଜନା ଉପସ୍ଥାପନ କରାଯାଇଥିଲା । ଯୋଜନା ଅନୁଯାୟୀ, ଚିଲିକାର ପୁନରୁଦ୍ଧାର ପାଇଁ ଏହାର ମୂହାଣ ଖୋଳାଯିବ । ଚିଲିକାକୁ ସଂଯୋଗ କରୁଥିବା କେତେକ ପାଣି ଚ୍ୟାନେଲର ମଧ୍ୟ ଖନନ କରାଯିବ। ଚିଲିକାର ମୁଖ୍ୟ ପାଣି ଚ୍ୟାନେଲ ସହିତ ବାଲୁଗାଁ ଚ୍ୟାନେଲ, ମଗରମୁଖ ଚ୍ୟାନେଲ ଏବଂ ପାଲୁର ଚ୍ୟାନେଲକୁ ଖୋଳାଯାଇ ମାଟି କଢ଼ାଯିବା ଆଦି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହାସହିତ ମତ୍ସ୍ୟସମ୍ପଦର ଉନ୍ନତିକରଣ ପାଇଁ ପ୍ରାୟ ଫିସ୍ ଲ୍ୟାଣ୍ଡିଙ୍ଗ୍ ସେଣ୍ଟର ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ଦୀର୍ଘସ୍ଥାୟୀ ଭିତ୍ତିଭୂମିର ବିକାଶ ଓ ଗବେଷଣା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ଏହାଦ୍ୱାରା ଚିଲିକାର ଲବଣାଂଶରେ ସନ୍ତୁଳନ ରହିବା ସହିତ ଏହାର ଜୈବବିବିଧତାରେ ଉନ୍ନତି ଆସିପାରିବ । ଏଥିପାଇଁ ସମୁଦାୟ ୫ ବର୍ଷ ସମୟ ଲାଗିବ ହେଉଛି ଆମ ରାଜ୍ୟ ଓ ଦେଶର ଏକ ଅନନ୍ୟ ଲୁଣି ହ୍ରଦ । ଶୀତକାଳୀନ ପକ୍ଷୀମାନଙ୍କ ପାଇଁ ଏହା ଏକ ଭୂ-ସ୍ୱର୍ଗ । ତେବେ, ୨୦୦୦ ମସିହା ପରଠାରୁ ଚିଲିକାର ମୂହାଣ ଆଉ ଖୋଳାଯାଇ ନଥିବାରୁ ଏହା କ୍ରମଶଃ ପୋତି ହୋଇପଡ଼ୁଛି, ଯାହାଦ୍ୱାରା ଏହାର ଜୈବସମ୍ପଦ ଧିରେ ଧିରେ କମି ଯାଉଛି । ତେଣୁ, ବର୍ତ୍ତମାନ ଏହାର ସୁରକ୍ଷା ନିହାତି ଆବଶ୍ୟକ ହୋଇପଡ଼ିଛି ।ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଏବଂ




