
ତାଇୱାନରେ ଭୂମିକମ୍ପର ଜୋରଦାର ଝଟକା। ଶକ୍ତିଶାଳୀ ଭୂମିକମ୍ପରେ ଅନେକ କୋଠା ଭୁଶୁଡ଼ି ପଡିଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୦ମ୍ୟାଗ୍ନିଚ୍ୟୁଡ୍ ଥିବା କୁହାଯାଇଛି।ଭୂକମ୍ପରେ କେତେ କ୍ଷୟକ୍ଷତି ହୋଇଛି, କେଉଁ ସ୍ଥାନରେ କେଉଁଠି ଓ କେତେ ଲୋକ ପ୍ରଭାବିତ ହୋଇଛନ୍ତି ଜଣା ପଡିନି। ପାଣିପାଗ ସଂସ୍ଥା ମୁତାବିକ, ଭୂକମ୍ପର କେନ୍ଦ୍ର ସ୍ଥଳ ୟିଲାନ କଣ୍ଟ୍ରିହଲ୍ ଠାରୁ ୩୨.୩ କିଲୋମିଟର ପୂର୍ବରେ ଥିଲା। ଏହାର ଗଭୀରତା ୭୨.୮ କି.ମି ଭୂତଳେ ଥିଲା।
ସୋସିଆଲ ମିଡିଆରେ ଭୂମିକମ୍ପର ଦୃଶ୍ୟ ଆସିଛି। ଯେଉଁଥିରେ ଲୋକମାନେ ଦୋକାନ ଏବଂ ଘରୁ ବାହାରକୁ ଦୌଡ଼ୁ ଥିବା ଦେଖାଯାଉଛି। ଏକ ଔଷଧ ଦୋକାନର ଭିଡିଓ ଆସିଛି, ଯେଉଁଥିରେ ରାକରେ ରଖାଯାଇ ଥିବା ଔଷଧ ଗୁଡ଼ିକ ହଠାତ୍ ଖସି ପଡ଼ୁଛି। ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ,ଜଣେ ବ୍ୟକ୍ତି ଘରେ ନ୍ୟୁଜରେ ଭୂକମ୍ପର ଖବର ଦେଖୁଛନ୍ତି। ସେତେବେଳେ ତାଙ୍କ ଘରେ ରଖିଥିବା ଅନେକ ଜିନିଷ ମଧ୍ୟ ଖସିବାରେ ଲାଗିଛି।




