
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ପୂର୍ବତନ ଅଧିକାରୀ ରାଜ କୁମାର ଗୋୟଲଙ୍କୁ, ଦେଶର ଆଗାମୀ ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ ଶପଥ କରାଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଟ କମିଟି ଏହି ପଦ ପାଇଁ ଗୋୟଲଙ୍କ ନାଁର ସୁପାରିଶ କରିଥିଲେ। କମିଟିରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମିଲ ଥିଲେ। ଏହି ଅବସରରେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ ଓ କାର୍ମିକ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସହ ଆହୁରି ଅନେକ ରାଜନୀତିକ ବ୍ୟକ୍ତି ଓ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ଗୋୟଲ ନିଜର ଅବସର ପୂର୍ବରୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଅଧିନରେ ନ୍ୟାୟ ବିଭାଗରେ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ଗୃହ ମନ୍ତ୍ରଣାଳୟରେ ସଚିବ (ସୀମା ପ୍ରବନ୍ଧନ) ପଦରେ ଥିଲେ , ଯେଉଁଠି ସେ ସୀମା ଭିତ୍ତିଭୂମି ଓ ଆଭ୍ୟନ୍ତରୀଣ ସୁରକ୍ଷା ସମନ୍ୱ.ୟ ସହ ସମ୍ୱନ୍ଧିତ ପ୍ରସଙ୍ଗକୁ ସମ୍ଭାଳି ଥିଲେ। ସେ ୩୧ ଅଗଷ୍ଟରେ ବିଧି ଏବଂ ନ୍ୟାୟ ମନ୍ତ୍ରଣାଳୟର ଅଧୀନରେ ନ୍ୟାୟ ବିଭାଗରେ ସଚିବ ପଗରୁ ଅବସର ନେଇଥିଲେ।




