
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଶିକ୍ଷା ସହ ଜଡିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । । ମାଆର ଜାତି ଆଧାରରେ ଝିଅକୁ ଏସସି ସାର୍ଟିଫିକେଟ୍ ମିଳିବ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରିପୋର୍ଟ ଅନୁସାରେ, ମାଡ୍ରାସ ହାଇକୋର୍ଟ ପଣ୍ଡିଚେରୀର ଜଣେ ଛାତ୍ରୀଙ୍କୁ ମାଆଙ୍କ ଜାତି ଆଧାରରେ ଜାତିଗତ ପ୍ରମାଣ ପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଏବେ ସମୟ ବଦଳୁଛି । ମାଆଙ୍କ ଜାତି ଆଧାରରେ ଜାତି ପ୍ରମାଣପତ୍ର ଜାରି କଲେ କିଛି ଅସୁବିଧା ନାହିଁ । ଏହାଦ୍ୱାରା ଭବିଷ୍ୟତରେ ଅନ୍ୟ ଅନୁସୂଚିତ ଜାତିର ମହିଳାଙ୍କ ସନ୍ତାନଙ୍କୁ ମଧ୍ୟ ଏସସି ପ୍ରମାଣପତ୍ର ମିଳିପାରିବ । ପିତା ଉଚ୍ଚ ଜାତିର ହୋଇଥିଲେ ମଧ୍ୟ ମାଆଙ୍କ ଜାତି ଆଧାରରେ ସନ୍ତାନକୁ ପ୍ରମାଣପତ୍ର ମିଳିବ ।ତେବେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ନିୟମ ଅନୁସାରେ, ଜାତି ପ୍ରମାଣପତ୍ର ଦେବା ସମୟରେ ପିତାଙ୍କ ଜାତି ଏବଂ ବାସସ୍ଥାନକୁ ପ୍ରାଥମିକତା ଦିଆଯିବ । ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପୂର୍ବ ନିୟମକୁ ଚ୍ୟାଲେଞ୍ଜ୍ କରିଛି । ଯାହା ଆଗାମୀ ଦିନରେ ପୁରୁଣା ନିୟମରେ ପରିବର୍ତ୍ତନ କରିପାରେ ।




