
ଓଡ଼ିଶା ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ଗିରଫ କରିଛି। ଅଭିଯୁକ୍ତ ଶଙ୍କରକୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଉତ୍ତରାଖଣ୍ଡରୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଘଟଣାର ପର୍ଦ୍ଦାଫାସ ହେଲା ପରେ ଶଙ୍କର ସିଧାସଳଖ ନେପାଳ ପଳାୟନ କରିଥିଲା। ତେବେ ପୁଲିସ ଶଙ୍କରକୁ ଖୋଜିଖୋଜି ଉତ୍ତରାଖଣ୍ଡରେ ଠାବ କରିଥିଲା। ଗିରଫ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ଓଡ଼ିଶାକୁ ନେଇ ଆସୁଛି। ମୁଖ୍ୟ ଅଭିଯୁକ୍ତ ଠାରୁ ଆହୁରି ଅଧିକ ତଥ୍ୟ ହାସଲ କରିବ ବୋଲି ଆଶା କରାଯାଉଛି।




