ସୁନା ଦର ହ୍ରାସରେ ବ୍ରେକ୍। ପୁଣି ବଢିଲା ସୁନା-ରୁପା ଦର। ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ବଢିଲା ୩ ହଜାର ୭୬୦ ଟଙ୍କା। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ୧ ଲକ୍ଷ ୪୬ ହଜାର ୬୭୦ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ଗତ କାଲି ୧ ଲକ୍ଷ ୪୨ ହଜାର ୯୧୦ ଟଙ୍କା ଥିଲା।
ଅନ୍ୟପଟେ ରୁପା କେଜି ପିଛା ୧୦ ହଜାର ଟଙ୍କା ବଢି ୨ ଲକ୍ଷ ୬୦ ହଜାର ଟଙ୍କାରେ ପହଞ୍ଚିଛି। ମାର୍ଚ୍ଚ ୧୮ ତାରିଖରୁ ଲଗାତାର ଭାବେ ସୁନା-ରୁପା ଦରରେ ହ୍ରାସ ଘଟୁଥିଲା। ଏବେ ପୁଣି ଦର ବଢିବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ।




