
ସୁପ୍ରିମକୋର୍ଟ ଏସସି ଏସଟି ମାମଲାରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଣେ ବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ଓ ସେହି ଧର୍ମ ଅନୁସାରେ ରହିବା ପରେ ତାଙ୍କୁ ଆଉ ଏସସି, ଏସଟି ରେ ଶ୍ରେଣୀଭୁକ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।
ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତିକୁ କାଏମ ରଖି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ଏନ.ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ହିନ୍ଦୁ ଶୀଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କଲେ ଅନୁସୁଚିତ ଜାତିର ସମସ୍ତ ସାମ୍ବିଧାନିକ ସୁବିଧା ଓ ସୁରକ୍ଷା ତୁରନ୍ତ ସମାପ୍ତ ହୋଇଯିବ ଏଥିରେ କୌଣସି ବ୍ୟତିକ୍ରମ ପାଇଁ ସ୍ଥାନ ନାହିଁ ବୋଲି କୋର୍ଟ କହିଛନ୍ତି ।




