• About
  • Advertise
  • Privacy & Policy
  • Contact
Monday, March 16, 2026
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

SCBରେ ଅଗ୍ନିକାଣ୍ଡ ୧୦ ନିହତ

OD Times by OD Times
March 16, 2026
in Uncategorized
0
0
SHARES
0
VIEWS
Share on FacebookShare on Twitter

SCBରେ ଅଗ୍ନିକାଣ୍ଡ ୧୦ ନିହତ SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ।
ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ।
୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ।
ଟ୍ରମା କେୟାର ICUରେ ବଡ଼ ଧରଣର ଅଗ୍ନିକାଣ୍ଡ।
ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି।
ଗୁରୁତର ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ।
କେମିତି ନିଆଁ ଲାଗିଲା କାରଣ ଅସ୍ପଷ୍ଟ।
ନିଆଁ ଲିଭାରେ ଦମକଳ ବାହିନୀ ନିୟୋଜିତ । ମୃତକଙ୍କ ତାଲିକା
ରମେଶ ଚନ୍ଦ୍ର ପରିଡ଼ା
ଦାର୍ଶୁ ମୁଣ୍ଡା
ଏମଡି ନ୍ୟୁମ୍‌
ଗୌରାଙ୍ଗ ଚନ୍ଦ୍ର ବାରିକ
ଶେଖ୍ ଅବଦୁଲ୍ ସତାର
ମଧୁସୂଦନ ଦଳାଇ
କୃଷ୍ଣଚନ୍ଦ୍ର ବିଶ୍ଵାଳ
ରବୀନ୍ଦ୍ର ଦାଶ
ଚେରୁ ପରିଡ଼ା
ମେନକା ରାଉତ
ସୂଚନା ଅନୁସାରେ ମଧ୍ୟରାତ୍ରୀରେ ଯେତେବେଳେ ଏସ୍‌ସିବିର ରୋଗୀ, ରୋଗୀ ସଂପର୍କୀୟମାନେ ଶୋଇ ପଡ଼ିଥିଲେ, ସେହି ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ହଠାତ ଅଗ୍ନିକାଣ୍ଡ ହେବାରୁ ରୋଗୀ ଓ ରୋଗୀମାନେ ଉଠିବା ବେଳକୁ ସ୍ଥିତି ଅଣାୟତ୍ତ ହୋଇଥିଲା। ଅଗ୍ନିକାଣ୍ଡ ଘଟିବା ମାତ୍ରେ ହସ୍ପିଟାଲ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ପଦକ୍ଷେପ ନେଇଥିଲେ। ହସ୍ପିଟାଲର ନିଜସ୍ୱ ଅଗ୍ନିଶମ ବିଭାଗ ପ୍ରଥମେ ନିୟୋଜିତ ହୋଇଥିଲେ। ବାହାରୁ ତିନୋଟି ଅଗ୍ନିଶମ ଗାଡି ମଧ୍ୟ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଧୂଆଁ ଏବଂ ନିଆଁ ଯୋଗୁଁ ଅନେକ ରୋଗୀଙ୍କ ହଇରାଣ ହୋଇଥିଲା। ICUରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କୁ ହସ୍ପିଟାଲର ନ୍ୟୁ ମେଡିସିନ୍ ICUକୁ ସ୍ଥାନାନ୍ତର କରାଯାଇଥିଲା।
ଅପରପକ୍ଷେ ଯଦି ମେଡିକାଲ କଲେଜର ତ୍ରୁଟି ପାଇଁ ନିରୀହ ରୋଗୀମାନଙ୍କର ଜୀବନ ଯାଇଥାଏ, ତା’ହେଲେ ସଂପୃକ୍ତ ବ୍ୟକ୍ତି କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଅନ୍ୟପଟରେ ରାଜ୍ୟର ସର୍ବବୃହତ ମେଡିକାଲ କଲେଜରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଛି।

ଅଗ୍ନିକାଣ୍ଡ ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଏସ୍‌ସିବି ମେଡିକାଲର ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିଛନ୍ତି। ସେ ବରିଷ୍ଠ ପଦାଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥାନାନ୍ତର ସମୟରେ ୧୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ମୃତକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଶୋକସନ୍ତପ୍ତ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି। ଅଗ୍ନିକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
SCB ଅଗ୍ନିକାଣ୍ଡ ଘଟଣା ରାଜ୍ୟରେ ଭୁଶୁଡ଼ିଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁଃଖଦ ଉଦାହରଣ: ନବୀନ
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ କଟକ ଯାଇ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ SCB ମେଡିକାଲ କଲେଜର ICU ବୁଲି ଦେଖିବା ସହ ସ୍ଥାନାନ୍ତର ହୋଇଥିବା ଆହତ ରୋଗୀଙ୍କୁ ଭେଟି ଥିଲେ ଓ ସେମାନଙ୍କ ଚିକିତ୍ସା ସମ୍ପର୍କରେ ବୁଝିଥିଲେ।
କଟକ ବଡ଼ଡାକ୍ତରଖାନା ପରି ଦେଶର ଏକ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଅନୁଷ୍ଠାନର ICUରେ ଏଭଳି ଦୁର୍ଘଟଣାରେ ଶ୍ରୀ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବିଜେଡି ସରକାର ସମୟରେ SCBକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢ଼ିବା ପାଇଁ କାମ ଆରମ୍ଭ କରିଥିଲେ।କିନ୍ତୁ ବିଜେପି SCB ବିକାଶ କାମରେ ଗୁରୁତର ଅବହେଳା କରିଛନ୍ତି। ଆଜିର ଦୁର୍ଘଟଣା ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ଯିବାର ଦୁଃଖଦ ଉଦାହରଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିରୋଧୀ ଦଳ ନେତାଙ୍କ ସହ କଟକ ମେୟର ସୁବାସ ସିଂଙ୍କ ସମେତ ବିଜେଡିର ନେତୃବର୍ଗ କଟକ ମେଡିକାଲ କଲେଜକୁ ଯାଇ ଥିଲେ।ବିଜେଡି ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ କହିଛି କଟକ ଏସସିବି ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ସରକାରୀ ଉଦାସୀନତା ଏବଂ ଖାମଖିଆଲି ମନୋଭାବର ପରିଣତି। ନିର୍ବାଚିତ ବିଜେପି ସରକାର ଲୋକଙ୍କୁ ସେବା ଦେବାରେ ସମ୍ପୂର୍ଣ୍ଣ ବିଫଳ। ମନ୍ତ୍ରୀମାନେ ମେଳା ମହୋତ୍ସବରେ ବ୍ୟସ୍ତ। ରାଜ୍ୟସଭା ନିର୍ବାଚନ ଜିତିବାକୁ କିଭଳି ଘୋଡ଼ା ବେପାର କରାଯିବ, ସେନେଇ ସମଗ୍ର ସରକାରୀ ଦଳ ବ୍ୟଗ୍ର। ହେଲେ ସାଧାରଣ ଲୋକଙ୍କ କଥା ଭାବିବାକୁ ଏମାନଙ୍କ ପାଖରେ ସମୟ ନାହିଁ। ଏପଟେ ଓଡ଼ିଶାର ସବୁଠାରୁ ବଡ଼ ମେଡିକାଲ କଲେଜର ଆଇସିୟୁରେ ନିଆଁ ଲାଗି ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି। ଚିକିତ୍ସା ସୁବିଧା ପାଇବାକୁ ଆସିଥିବା ଲୋକ ଶବ ହୋଇ ଫେରିବା ଅତ୍ୟନ୍ତ ଦୁଃଖଦାୟକ। ଏହି ଘଟଣାକୁ ସରକାର ଆଦୈା ହାଲୁକା ଭାବେ ନେଇପାରିବେ ନାହିଁ। କିଏ ଏଥିପାଇଁ ଉତ୍ତରଦାୟୀ, ସରକାରଙ୍କୁ ଜବାବ ଦେବାକୁ ପଡିବ।

ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ: କଂଗ୍ରେସ

ବିଜେଡି କହିଛି, ସ୍ୱାସ୍ଥ୍ୟମନ୍ତ୍ରୀ ପାରାଦୀପର ଘରୋଇ ହୋଟେଲରେ ରହି ସମୁଦ୍ର କୂଳରେ ସକାଳୁ ଦୈାଡି ନିଜ ସ୍ୱାସ୍ଥ୍ୟପ୍ରତି ଯଥେଷ୍ଟ ଧ୍ୟାନ ଦେବାରେ ବ୍ୟସ୍ତ। ହେଲେ ଏସସିବି ସମେତ ରାଜ୍ୟର ସମସ୍ତ ମେଡିକାଲର ସ୍ଥିତି ଯାଞ୍ଚ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ। ଏକ ନୀତିହୀନ ଓ ସମ୍ବେଦନହୀନ ସରକାର ସାଧାରଣ ଜନତାଙ୍କ ଜୀବନ ବିପନ୍ନ କରି ଦେଇଛି। ଏଭଳି ଅପାରଗ ସରକାର ଏବଂ ଅପାରଗ ମନ୍ତ୍ରୀ ଓଡ଼ିଶା ପାଇଁ କଳଙ୍କ। ଏସସିବିରେ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବାକୁ ବିଜୁ ଜନତା ଦଳର ସରକାର ସମୟରେ ଆରମ୍ଭ କରାଯାଇଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଏ ସରକାର ରାଜନୈତିକ ଅଭିସନ୍ଧି ରଖି ବିଳମ୍ବିତ କରାଇ ଚାଲିଛି। ଲୋକଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ମାନସିକତା ଏ ସରକାର ପାଖରେ ନାହିଁ। ଇତିହାସ ମନେ ରଖିବ, ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବିଜେପି ସରକାର କିଭଳି ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଓଡ଼ିଶାରେ ସରକାର ଚଳାଇଥିଲା।

Previous Post

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: କୋର୍ଟଙ୍କ ଅନୁମତି ବିନା ପୋଲିସ ଅଧିକ ତଦନ୍ତ କରିପାରିବ ନାହିଁ।

Next Post

ରାଜ୍ୟସଭା ନିର୍ବାଚନ ଫଳାଫଳ

OD Times

OD Times

Next Post

ରାଜ୍ୟସଭା ନିର୍ବାଚନ ଫଳାଫଳ

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest

ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା

January 4, 2026

ଭୁବନେଶ୍ୱରର ଧୌଳି ଗାର୍ଡେନ୍‌ରେ ବିଶ୍ୱ ସମ୍ମିଳନୀ

December 21, 2025
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ‘ଚକ୍ରବ୍ୟୁହ’ରେ ବାନ୍ଧି ହୋଇଗଲେ ଦର୍ଶକ

March 16, 2026

ରାଜ୍ୟସଭା ନିର୍ବାଚନ ଫଳାଫଳ

March 16, 2026

SCBରେ ଅଗ୍ନିକାଣ୍ଡ ୧୦ ନିହତ

March 16, 2026

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: କୋର୍ଟଙ୍କ ଅନୁମତି ବିନା ପୋଲିସ ଅଧିକ ତଦନ୍ତ କରିପାରିବ ନାହିଁ।

March 15, 2026

Recent News

ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ‘ଚକ୍ରବ୍ୟୁହ’ରେ ବାନ୍ଧି ହୋଇଗଲେ ଦର୍ଶକ

March 16, 2026

ରାଜ୍ୟସଭା ନିର୍ବାଚନ ଫଳାଫଳ

March 16, 2026

SCBରେ ଅଗ୍ନିକାଣ୍ଡ ୧୦ ନିହତ

March 16, 2026

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: କୋର୍ଟଙ୍କ ଅନୁମତି ବିନା ପୋଲିସ ଅଧିକ ତଦନ୍ତ କରିପାରିବ ନାହିଁ।

March 15, 2026
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ‘ଚକ୍ରବ୍ୟୁହ’ରେ ବାନ୍ଧି ହୋଇଗଲେ ଦର୍ଶକ

March 16, 2026

ରାଜ୍ୟସଭା ନିର୍ବାଚନ ଫଳାଫଳ

March 16, 2026
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.