
ରାଜ୍ୟସଭା ନିର୍ବାଚନ ଫଳାଫଳ
ମନମୋହନ ସାମଲ (ବିଜେପି)- ୩୫୦୦ (ବିଜୟ)
ସୁଜିତ କୁମାର (ବିଜେପି)- ୩୫୦୦ (ବିଜୟ)
ସଂତୃପ୍ତ ମିଶ୍ର (ବିଜେଡି)- ୩୧୦୦ (ବିଜୟ)
ଦିଲୀପ ରାୟ (ବିଜେପି ସମର୍ଥିତ) -୩୪୧୮ (ବିଜୟ)
ଦତ୍ତେଶ୍ବର ହୋତା (ବିଜେଡି ଓ କଂଗ୍ରେସ) -୨୩୦୦ (ପରାଜୟ)
ରାଜ୍ୟସଭାକୁ ପୁଣି ଥରେ ସୁଜିତ କୁମାର ଓ ଦିଲୀପ ରାୟ ଯାଇଥିବା ବେଳେ ମନମୋହନ ସାମଲ ଏବଂ ସଂତୃପ୍ତ ମିଶ୍ର ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି। ଦତ୍ତେଶ୍ବର ହୋତାଙ୍କୁ ଶକ୍ତ ଝଟକା ଲାଗିଛି। କ୍ରସ ଭୋଟିଂ ଯୋଗୁଁ ଦତ୍ତେଶ୍ବରଙ୍କର ପରାସ୍ତ ହୋଇଥିବା ବିଜେଡି ଏବଂ କଂଗ୍ରେସ କହିଛନ୍ତି। ନିର୍ବାଚନ ଫଳାଫଳ ପରେ ବିଜେଡି ନେତା ପ୍ରତାପଦେବ ଗଣମାଧ୍ୟମକୁ କହିଛନ୍ତି, ଆମ ଦଳର ୮ଜଣ ବିଧାୟକ
ଅରବିନ୍ଦ ମହାପାତ୍ର
ସନାତନ ମହାକୁଡ଼
ସବାସିନୀ ଜେନା
ନବ ମଲ୍ଲିକ
ସୌଭିକ ବିଶ୍ବାଳ
ରମାକାନ୍ତ ଭୋଇ
ଚକ୍ରମଣି କହଁର
ଦେବୀ ରଂଜନ ତ୍ରିପାଠୀ ପ୍ରମୁଖ କ୍ରସ ଭୋଟିଂ କରିଛନ୍ତି। ସେହିପରି
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଦଳର ୩ଜଣ ବିଧାୟକ
ସୋଫିଆ ଫିର୍ଦ୍ଦୋସ
ରମେଶ ଜେନା
ଦାଶରଥୀ ଗମାଙ୍ଗ କ୍ରସ ଭୋଟିଂ କରିଛନ୍ତି।
ପ୍ରକାସଜେ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ସକାଳ ୯ଟାରୁ ବିଧାନସଭାରେ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିଲା। ସନ୍ଧ୍ୟା ୫ଟାରେ ମତଗଣନା କରାଯାଇଥିଲା। ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇଛି।




