
👉୨ ଝିଅଙ୍କୁ ହତ୍ୟା ପରେ ନିଜେ ଜୀବନ ହାରିଲା ମାଆ। ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ସର୍ଗିଡ଼ିହି ଗାଁରେ ଘଟିଛି ଅଭାବନୀୟ ଘଟଣା। ଗତକାଲି ୨ ଛୁଆଙ୍କୁ କୁଅରେ ପକାଇ ମାରିଥିଲା ମା। ଆଜି ମାଆର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଗତକାଲି କୂଅରୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା।. 👉ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାବାଳିକାଙ୍କ ବୟସ ୪ ମାସ ଏବଂ ୬ ବର୍ଷ ହେବ। ମାଆ ମାନସିକ ବିକୃତ ଥିବାରୁ ଦୁଇ ଝିଅଙ୍କୁ କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଗତକାଲିଠୁ ମାଆ ସଞ୍ଜୁ ମାଡକେ ଫେରାର ଥିବା ବେଳେ ଆଜି ଦୁମକୁ ନାଳ ନିକଟରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି। ଆର ପି ନାୟକ@ଜଟଣୀ




