
ସର୍ବଭାରତୀୟ ପ୍ରଶାସନିକ ସେବା ରେ ସଫଳତା ଲାଭ କରି ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିଲେ ସାଇ ରମଣ ପାତ୍ର
ପ୍ରକାଶ ପାଇଥିବା ସର୍ବଭାରତୀୟ ପଶାସନିକ ସେବାର ଫଳାଫଳ ରେ ସଫଳତା ଲାଭ କରିଥିବା ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁରର ହୃଷିକେଶ ପତ୍ର ଙ୍କ ପୁତ୍ର ସାଇ ରମଣ ପତ୍ର ୨୮୫ତମ ସ୍ଥାନ କୃତକାର୍ଯ୍ୟ ଲାଭକରି ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେ ଗୋପାଳପୁର ହାଇସ୍କୁଲରୁ ମ୍ୟାଟ୍ରିକ ଅଧୟନ ସାରି ନୟାଗଡ ଜୁନିଅର କଲେଜ ରେ +୨ସାଇନ୍ସ ପଢି ସାରିବାପରେ ଆଇଆଇଏସଇଆର କୋଲକାତା ରୁ ଜିଓଲୋଜି ରେ ଇଣ୍ଟିଗ୍ରେଟେଡ଼ ଏମଏସସି ସାରିବା ପରେ ସେ ଗତବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୭ତମ ସ୍ଥାନରେ ସଫଳତା ଲାଭ କରିଥିବାବେଳେ ଚଳିତ ବର୍ଷ ସର୍ବଭାରତୀୟ ପ୍ରଶାସନିକ ସେବାରେ ୨୮୫ତମ ସ୍ଥାନରେ କୃତକାର୍ଯ୍ୟ ହାସଲକରି ସମଗ୍ର ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେ ଇଉନିଭରସିଟି ରେ ଗୋଲଡ଼ ମେଡାଲ ଲାଭ କରିଥିବା ସହ ଏନଆରଟିଏସ ଓ ପଠାଣିସାମନ୍ତ ସ୍କଲାରସିପ ମଧ୍ୟ ପାଇଥିଲେ l ସେ ଏହି ସଫଳତା ପାଇଁ ନିଜ ପିତା,ମାତା, ସାଙ୍ଗ ଓ ଗୁରୁଜୀ ମାନଙ୍କୁ ଶ୍ରେୟ ଦେଇଥିଲେ l ସେ ନିଜକୁ ଜନତାଙ୍କ ସେବା କାର୍ଯ୍ୟରେ ନିୟୋଜିତ ରହିବାଲାଗି ଉଦ୍ୟମ ଜାରିରଖିବେ ବୋଲି ପ୍ରକାଶ କରିଥିଲେ l ତାଙ୍କର ଏହି ସଫଳତା ହାସଲ ପରେ ଜିଲ୍ଲା ତଥା ରାଜ୍ୟର ବିଭିର୍ଣ୍ଣ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଥିବା ଜଣାଯାଇଛି l ରଣପୁର ବ୍ଲକ ଚେୟାରମ୍ୟାନ ଓ ଭାଜପା ନୟାଗଡ଼ ଜିଲ୍ଲା ସଭାପତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି




