
ଜାତିଆଣ ଆକ୍ଷେପ କୁ ନେଇ ଫୁଟିଚି ବୋମା । ଖୋରଧା ଜିଲ୍ଲା ଜଟଣୀ ଥାନା ପଦନପୁର ଛକ ରେ ଫୁଟିଚି 2 ଟି ବୋମା ।ଜାତିଆଣ ଆକ୍ଷେପ କୁ ନେଇ କଥା କଟାକଟି ପରେ ଉତକ୍ଷୀପ୍ତ ହୋଇ ଯୁବକ ଫିଙ୍ଗିଲେ ବୋମା । ବିସ୍ଫୋରଣ ରେ 2 ସାମାନ୍ୟ ଆହାତ ହୋଇଥିବା ବେଳେ ଜଣେ ନାବାଳକ ଗୁରୁତର ହୋଇ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତରିତ କରାଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ସ୍ଥାନୀୟ ଲୋକ 2 ଘଣ୍ଟା ଧରି ପିପିଲି-ଖୋରଧା ରାସ୍ତାକୁ ଅବରୋଧ କରିଥିଲେ । ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଗାଡି ଚଳାଚଳ ସ୍ଵାଭାବିକ କରିଥିଲେ ।




