
ପାଟନା ଛାଡ଼ି ରାଜ୍ୟସଭାକୁ ଯାଉଛନ୍ତି ନୀତିଶ। ଏନେଇ ନୀତିଶ ଆଜି ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ସେ ରାଜ୍ୟସଭା ସଦସ୍ୟ ହେବାକୁ ଚାହୁଁଛନ୍ତି ବୋଲି ଲେଖିଛନ୍ତି। ଆସନ୍ତା ୧୬ ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ନୀତିଶ କୁମାରଙ୍କ ପରେ, ବିହାରରେ ନୂତନ ସରକାରର ଫର୍ମୁଲା ସ୍ଥିର ହୋଇଛି। ଯେଉଁଥିରେ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁରୁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ।




