ହୋଲି ଖେଳ ପରେ ଗାଧୋଇବା ବେଳେ ବିଭିନ୍ନ ସ୍ଥାନରେ ଅଘଟଣ।ମହାନଦୀ, ବ୍ରାହ୍ମଣୀ, ଖରସ୍ରୋତା ନଦୀ ନେଲା ୫ ଜଣ।ଜଗତସିଂହପୁର ବିରିଡ଼ି ଥାନା ବିଲୁଆଖାଇ ନଦୀରେ ଯୁବକ ମୃତ ।ଯାଜପୁର ଯୋକଡିଆ ଖରସ୍ରୋତା ନଦୀରେ ବୁଡ଼ି ଜଣଙ୍କ ମୃତ୍ୟୁ। ଯଖପୁରା ବ୍ରାହ୍ମଣୀ ନଦୀର ଦିଗାମ୍ବରପୁର ଘାଟରେ ଜଣେ ମୃତ କେନ୍ଦ୍ରାପଡ଼ା ଆଳି ଟୁଙ୍ଗା ଖରସ୍ରୋତାରେ ବୁଡ଼ି ଯୁବକଙ୍କ ମୃତ୍ୟୁ କଟକ ବଡ଼ମ୍ବା ଟି-ସେତୁ ନିକଟରେ ମହାନଦୀରେ ନାବାଳକ ମୃତ
ରଙ୍ଗର ଉତ୍ସବ ଭିତରେ ଦୁଃଖ ଦେଲା ଜଳ । ହୋଲିରେ ଘଟିଗଲା ବଡ଼ ଅଘଟଣ । ମହାନଦୀ, ବ୍ରାହ୍ମଣୀ, ଖରସ୍ରୋତା ନେଇଗଲା ପାଞ୍ଚ ପାଞ୍ଚ ଜଣଙ୍କ ଜୀବନ । ହୋଲିର ଆନନ୍ଦ ଭିତରେ ଗାଧୋଇବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ଯାଇ ୫ ଜଣ ମତ୍ୟୁବରଣ କରିଛନ୍ତି। ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ବିଲୁଆଖାଇ ନଦୀରେ ବୁଡ଼ି ଯୁବକ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଢିହସାହିବରି ଗାଁର ସଞ୍ଜୟ ମହାପାତ୍ର । ହୋଲି ଖେଳି ସାରି ନଦୀକୁ ଗାଧୋଇ ଯାଇଥିବା ସମୟରେ ବୁଡ଼ି ଯାଇଥିଲେ ସଞ୍ଜୟ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସେପଟେ ହୋଲିରେ ଯାଜପୁରରେ ୨ ଜଣ ଗାଧୋଇବା ବେଳେ ପ୍ରାଣ ହରାଇଛନ୍ତି । ରଙ୍ଗ ଖେଳିସାରି ଗାଧୋଇବା ବେଳେ ଯୋକଡ଼ିଆ ଖରସ୍ରୋତା ନଦୀରେ ଜଣେ ବିୁଡ଼ି ଯାଇ ପ୍ରାଣ ହରାଇଛନ୍ତି । ମୃତକ ଯାଜପୁର ରୋଡ୍ ଥାନା ପଦ୍ମପୁର ଅଞ୍ଚଳର ସଂଗ୍ରାମ ଅଜିତାଭ ଦାସ । ସେ ଏକ ଘରୋଇ ବ୍ୟାଙ୍କ ଉଚ୍ଚ ପଦରେ ଥିଲେ ବୋଲି ଜଣାପଡ଼ିଛି ସେହିଭଳି ଯାଜପୁର ଯଖପୁରାରେ ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଯଖପୁରା ଯୁବକ ହୋଲି ଖେଳି ସାରି ବ୍ରାହ୍ମଣୀ ନଦୀର ଦିଗାମ୍ବରପୁର ଘାଟରେ ଗାଧୋଉଥିଲେ । ସେହି ସମୟରେ ନଦୀରେ ବୁଡ଼ି ଯାଇ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ ଉଦ୍ଧାର କରି ଦାନଗଦୀ ମେଡିକାଲ୍ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଟୁଙ୍ଗା ଗାଁରେ ଜଣେ ଯୁବକ ନିଖୋଜ ଅଛନ୍ତି । ନିଖୋଜ ୨୨ ବର୍ଷୀୟ ଶୁଭ ସଂକଳ୍ପ ବାରିକ । ହୋଲି ଖେଳି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ ଶୁଭ । ସାଙ୍ଗମାନଙ୍କ ସହ ଯାଇଥିବା ବେଳେ ବୁଡ଼ି ଯାଇଥିଲେ । ଅଗ୍ନିଶମ ବାହିନୀ ୩ ଘଣ୍ଟା ଧରି ଖୋଜାଖୋଜି କରିଥିଲେ ବି ସଫଳତା ପାଇ ନଥିଲା ।




