
-ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍ର ସୁପର-୮ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି
-ପରାଜୟ ଯୋଗୁ ଗତ ସଂସ୍କରଣରୁ ଅପରାଜେୟ ଥିବା ଭାରତୀୟ ଦଳର ବିଜୟ ଧାରାରେ ବ୍ରେକ ଲାଗିଛି
-ଦକ୍ଷିଣ ଆଫ୍ରିକା ଦ୍ୱାରା ପ୍ରଦତ୍ତ ୧୮୮ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଭାରତ ୧୮.୫ ଓଭରରେ ୧୧୧ ରନରେ ଅଲଆଉଟ୍ ହୋଇଯାଇଥିଲା
-ଭାରତୀୟ ଦଳ ଆସନ୍ତା ୨୬ ତାରିଖରେ ତା’ର ପରବର୍ତ୍ତୀ ସୁପର-୮ ମ୍ୟାଚ୍ରେ ଜିମ୍ବାଓ୍ବେକୁ ଭେଟିବ




