
ଶ୍ରୀ ମନ୍ଦିରକୁ ପ୍ଲାଷ୍ଟିକ୍ ମନା। ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ। ନୈବେଦ୍ୟ ବିସର୍ଜନ ପାଇଁ ପୋଖରୀରେ ରହିବ ଆବଦ୍ଧ ଅଞ୍ଚଳ। ନିର୍ଦ୍ଦେଶାବଳୀ ଜାରି କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।ଏଣିକି ମନ୍ଦିର ପରିସରକୁ ପଲିଥିନ୍ କିମ୍ବା ପ୍ଲଷ୍ଟିକ୍ରେ ଭୋଗ ନେଇହେବ ନାହିଁ। ପୂଜା ସାମଗ୍ରୀ,ପ୍ରସାଦ ସେବନ କରିବା ତଥା ଖାଦ୍ୟ ସାମଗ୍ରୀ ନେବାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।




