ଅଶୁଭ ରବିବାର । ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ । ବଲାଙ୍ଗିରର କଣ୍ଟାବାଞ୍ଜିରେ ଅଜଣା ଗାଡ଼ି ଧକ୍କାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ କୋରାପୁଟ ଜିଲ୍ଲାରେ ୨ଟି ଦୁର୍ଘଟଣାରେ ଆଖି ବୁଜିଛନ୍ତି ୪ ଜଣ ।
ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଦୁର୍ଘଟଣା ହୋଇ ରବିବାର ସନ୍ଧ୍ୟାରେ ତୁରେକେଲା-ମହଖଣ୍ଡ ରାସ୍ତାର ପଣ୍ଡ୍ରେନ ଗାଁ ନିକଟରେ ଅଜଣା ଗାଡ଼ି ଏକ ବାଇକ୍କୁ ଧକ୍କା ଦେବାରୁ ୪ ଜଣଙ୍କ ଜୀବନ ଯାଇଛି ।
ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ମେଡିକାଲ୍ରେ ଆଉ ୨ ଜଣ ଆଖି ବୁଜିଛନ୍ତି । ମୃତକଙ୍କ ମଧ୍ୟରେ ଦମ୍ପତିଙ୍କ ସହ ଜଣେ ନାବାଳକ ଥିବା ଜଣାପଡ଼ିଛି । ମୃତକ ମାନେ ହେଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ଗାଁର ୩ ଜଣ ହୋଇଥିବା ବେଳେ ଅନ୍ୟ ଜଣେ ବେଲପଡ଼ା ବ୍ଲକ ଧଅରାଖମନ ଗାଁର ।ମୃତକ ହେଉଛନ୍ତି ତୁରେକେଲା ଗାଁର କ୍ଷୀର ପୁଟେଲ, ତାଙ୍କ ସ୍ତ୍ରୀ ଫୁଲମତି ପୁଟେଲ, ନାତି ଦେବାଶିଷ ପୁଟେଲ ଓ ବେଲପଡ଼ା ବ୍ଲକ ଧଅରାଖମନ ଗାଁର ମୋହନ ପୁଟେଲ ବୋଲି ସୂଚନା ମିଳିଛି ।
ସେପଟେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହିକିମିପୁଟ ପଞ୍ଚାୟତ ଖିଲୁଆ ବ୍ରିଜ ତଳକୁ ଖସି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୨ ମୃତକ ହେଲେ ଭଗବାନ ଖରା, ଉଗ୍ରସେନ ପାଙ୍ଗୀ । ଉଭୟ ବାଇକ୍ରେ ଫେରିବା ବେଳେ ଖିଲୁଆ ବ୍ରିଜ୍ ତଳକୁ ଖସି ପଡ଼ିଥିଲେ । ପୋଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।




