
ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପରିଷଦ ଗୋରୁହାଟ ଅଞ୍ଚଳର ବିଶିଷ୍ଟ ପାଲା ଗାୟକ ପଣ୍ଡିତ ରମା କାନ୍ତ ମିଶ୍ର ସୋମବାର ମଧ୍ୟ ରାତ୍ରିରେ କିଛି ଜ୍ୱର ଅନୁଭବ କଲେ, ପରବର୍ତ୍ତୀ ସମୟରେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ନିଆଯାଇଥିଲା, ସେଠାରେ ଡାକ୍ତର ରେଫେର କରି ଏମସକୁ ଆମ୍ବୁଲାନ୍ସ ମାଧ୍ୟମରେ ପଠେଇ ଦେଲେ। ଏମସକୁ ଯିବା ସମୟରେ ହୃଦଘାତରେ ୭୦ ବର୍ଷ ବୟସରେ ପ୍ରାଣ ହରାଇଥିଲେ । ମରଶରୀରକୁ ଆଣି ନିଜ ବାସଭବନରେ କିଛି ସମୟ ପାଇଁ ରଖାଯାଇଥିଲା। ସହର ବହୁ ବୁଦ୍ଧିଜୀବୀ, କଳାକାର, ସାହିତ୍ୟିକ, ସମାଜସେବୀ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆମରି ସତ୍ୟର ପ୍ରତିଷ୍ଠାତା ଡ଼ଃ ପ୍ରମୋଦ ଚନ୍ଦ୍ର ଦାସ, ସାହିତ୍ୟ ସଂସଦର ସମ୍ପାଦକ ସତ୍ୟବାଦୀ ସାହୁ, ଆଦି ନାରାୟଣ ଖଣ୍ଡୁଆଳ, ସମ୍ବାଦ ସାହିତ୍ୟ ଘରର, ପୁସ୍ତକ ମେଳା, ବିପିନ ବିହାରୀ ପାଠାଗାରର ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଳ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ବାସ ଭବନରୁ ଶୋଭା ଯାତ୍ରାରେ ବାହାରି ହରିଭାଇନା ଛକ ନିକଟରେ କିଛି ସମୟ ପାଇଁ ଅଟକିବା ପରେ , ବଜାର କମିଟି ସଦସ୍ୟ ମାନେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ। ନିଜର ପୂର୍ବତନ କର୍ମକ୍ଷେତ୍ର ପୁରୀ ଜିଲ୍ଲାର ହରିପୁର ଉଚ୍ଚ ବିଦ୍ୟାଳୟକୁ ନିଆଯାଇଥିଲା। ସେ ଜଣେ ସଂସ୍କୃତ ଶିକ୍ଷକ ଭାବରେ ବହୁ ସୁନାମ ଅର୍ଜନ କରିଥିଲେ। ପୁରାଣ ଶାସ୍ତ୍ର ଉପରେ ଅଗାଢ଼ ଜ୍ଞାନର ଭଣ୍ଡାର, ମୁଖରେ ସମସ୍ତ ବେଦ ଶ୍ଳୋକ ଉଚ୍ଚାରଣ କରିବା ସମୟରେ ଏକ ସୁନ୍ଦର ଶାନ୍ତ ପରିବେଶ ସୃଷ୍ଟି ହୁଏ। ପୁରୀ ସ୍ୱର୍ଗଦ୍ୱାର ରେ ଦୁଇ ପୁତ୍ର ଏବଂ ସାନ ଭାଇ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।




